ଆଜି ଚାଷୀଙ୍କ ରେଳ ରୋକ୍

ଆଜି ଚାଷୀଙ୍କ ରେଳ ରୋକ୍

ଆଜି ଚାଷୀଙ୍କ ରେଳ ରୋକ୍
ଭୁବନେଶ୍ୱର: ଚାଷୀ ଆନେ୍ଦାଳନ ଦିଲ୍ଲୀ ସୀମାରେ ୮୫ ଦିନରେ ପହଂଚିଲା ।କୃ ଷକ ସଂଗଠନ ଆଜି ଦେଶବ୍ୟାପୀ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୪ ପର୍ୟ୍ୟନ୍ତ ୪ ଘଣ୍ଟା ପାଇଁ ରେଳରୋକ୍ ଡାକରା ଦେଇଛନ୍ତି । ଟ୍ରାକ୍ଟର ରାଲି ଓ ଚକା ଜାମ୍ ପରେ ଆଜି ରେଳ ରୋକ କରିବେ ଚାଷୀ । ଆଜି ଦେଶବ୍ୟାପୀ ୪ ଘଂଟିଆ ରେଳ ରୋକ୍ କରଯିବ । ୪ ଘଂଟିଆ ରେଳରୋକ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କରିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ପକ୍ଷରୁ ୨୦ ଅତିରିକ୍ତ କମ୍ପାନିର ରେଳ ସୁରକ୍ଷା ସ୍ୱତନ୍ତ୍ର ବଳ (ଆରପିଏସଏଫ)କୁ ନିଯୋଜିତ କରାଯିବ। ପଞ୍ଜାବ , ହରିଆଣା , ଉତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ କଡା ସୁରକ୍ଷା ନିଆଯାଇଛି । ଚାଷୀ ଆନେ୍ଦାଳନଙ୍କୁ ଦୃଷ୍ଟିରେ ରଖି ଏହି ସବୁ ରାଜ୍ୟରେ କଡା ସୁରକ୍ଷା ନିଆଯାଇଛି । ୮୫ ଦିନ ହେଲାଣୀ ଚାଷୀମାନେ ଆନେ୍ଦାଳନ କରିଆସୁଛନ୍ତି ।