ଏଣିକି ୪୫ ବର୍ଷ ଲୋକଙ୍କୁ କରୋନା ଟିକା

ଏଣିକି ୪୫ ବର୍ଷ ଲୋକଙ୍କୁ କରୋନା ଟିକା

ଏଣିକି ୪୫ ବର୍ଷ ଲୋକଙ୍କୁ କରୋନା ଟିକା
ନୂଆଦିଲ୍ଲୀ : ଦେଶରେ କରୋନା ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ୧୦୦ ଦିନ ପରେ ଦେଶରେ ୪୦ ହଜାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାର କରିଛି । ଏବେ ପ୍ରତିଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ଟିକାକରଣ ନିୟମରେ ପରିବର୍ତନ ସରକାର ଆଣିଲେ ଏଣିକି ୪୫ ବର୍ଷ ହେଲେ କରୋନା ଟିକା ମିଳିପାରିବ । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ । କରୋନା ଟିକା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି ହୋଇଛି । ପୂର୍ବରୁ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକଙ୍କୁ ଟିକା ମିଳୁଥିଲା । କରୋନା ଟିକା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ୨୪ ଘଂଟାରେ ୩୨.୫ ଲକ୍ଷ ଲୋକ କରୋନା ଟିକା ନେଇଛନ୍ତି । ସରକାରୀ ହସ୍ପିଟାଲରେ କରୋନା ଟିକା ମାଗଣାରେ ମିଳିବ । ଟିକା ପାଇଁ ଘରୋଇ ହସ୍ପିଟାଲରେ ୨୫୦ ଟଙ୍କା ଦେବାକୁ ପଡିବ ବୋଲି ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ପ୍ରକଶ ଜାଭଡେକର ସୂଚନା ଦେଇଛନ୍ତି ।