ଏହି ସ୍ଥାନକୁ ଠେକୁଆ ଦ୍ୱୀପ କୁହାଯାଏ ।

ଏହି ସ୍ଥାନକୁ ଠେକୁଆ ଦ୍ୱୀପ କୁହାଯାଏ ।

ଏହି ସ୍ଥାନକୁ ଠେକୁଆ ଦ୍ୱୀପ କୁହାଯାଏ ।
ଜାପାନର ଓକୁନୋସିମାକୁ ‘ଠେକୁଆ ଦ୍ୱୀପ’ କୁହାଯାଏ । କାରଣ ମାତ୍ର ଅଢ଼େଇ କିଲୋମିଟର ପରିଧି ବିଶିଷ୍ଟ ଦ୍ୱୀପଟି ଠେକୁଆରେ ଭରପୁର । ସେଠାରେ କୌଣସି ପ୍ରକାର ଶିକାରୀ ପ୍ରାଣୀ ନଥିବାରୁ ଠେକୁଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଠାରେ ଯେଉଁ ଆଡକୁ ଅନାଇବ, ଠେକୁଆ ଆଖିରେ ପଡ଼ିବେ । ସମୁଦ୍ର ମଧ୍ୟସ୍ଥ ଦ୍ୱୀପକୁ ଠେକୁଆ କେମିତି ଗଲେ ଅଜଣା । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସେଠାରେ ଗୁପ୍ତରେ ବିଷାକ୍ତ ବାଷ୍ପ ତିଆରି ଚାଲିଥିଲା । ଏଥିପାଇଁ ଗୁଡିଏ କାରଖାନା ବସାଯାଇଥିଲା । ବିଷାକ୍ତ ବାଷ୍ପର ପ୍ରଭାବ ପରୀକ୍ଷା କରିବାଲାଗି ସମ୍ଭବତଃ ଠେକୁଆ ପାଳନ କରାଯାଉଥିଲା । ଯୁଦ୍ଧ ପରେ ଠେକୁଆମାନଙ୍କୁ ଛାଡ଼ି ଦେବା ଯୋଗୁଁ, ସେମାନେ ବଂଶ ବୃଦ୍ଧି କରିଥାଇପାରନ୍ତି । ଓକୁନୋସିମାର ଠେକୁଆଗୁଡ଼ିକ ବଣୁଆ ହୋଇଥିଲେ ହେଁ ମଣିଷଙ୍କ ପାଖକୁ ଆସନ୍ତି ଏବଂ ଖାଦ୍ୟ ନିଅନ୍ତି । ଠେକୁଆମାନଙ୍କୁ ଦେଖିବା ନିମନ୍ତେ ବାର୍ଷିକ ବହୁ ପର୍ଯ୍ୟଟକ ଓକୁନୋସିମା ଆସୁଥିବା ପ୍ରକାଶ ।