ଗୁଜୁରାଟର ‘ନାଲି ପିଆଜ’ ଖୋଲିବ ରାହୁଲଙ୍କ ଭାଗ୍ୟ

ଗୁଜୁରାଟର ‘ନାଲି ପିଆଜ’ ଖୋଲିବ ରାହୁଲଙ୍କ ଭାଗ୍ୟ

ଗୁଜୁରାଟର ‘ନାଲି ପିଆଜ’ ଖୋଲିବ ରାହୁଲଙ୍କ ଭାଗ୍ୟ
ଭୁବନେଶ୍ୱର : କଂଗ୍ରେସକୁ ଭରସା ‘ନାଲି ପିଆଜ’ । ୧୯୮୦ରେ ଇନ୍ଦିରା ଗାନ୍ଧୀ, ୧୯୮୪ରେ ରାଜୀବ ଗାନ୍ଧୀ ଓ ୨୦୦୪ରେ ସୋନିଆ ଗାନ୍ଧୀ ଏହି ‘ନାଲି ପିଆଜ’କୁ ହିଁ ଭରସା କରିଥିଲେ । ନାଲି ପିଆଜ ହିଁ କଂଗ୍ରେସ ପାଇଁ ଶୁଭଙ୍କର ବୋଲି କଂଗ୍ରେସ ନେତାଙ୍କ ମନରେ ବସା ବାନ୍ଧିଛି । ପୂର୍ବରୁ ନାଲି ପିଆଜ ଇନ୍ଦିରା, ରାଜୀବ ଓ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସକୁ ବିଜୟୀ କରିଥିବାବେଳେ ଏବେ ରାହୁଲ ଗାନ୍ଧୀ ମଧ୍ୟ ନାଲି ପିଆଜ ଭରସାରେ ୨୦୧୯ ନିର୍ବାଚନ ଲଢ଼ିବେ । ଗୁଜୁରାଟର ଏକ ଆଦିବାସୀ ଗାଁ ହେଉଛି ‘ଲାଲ ଡୁଙ୍ଗି୍ର’ । ଯାହାର ଆକ୍ଷରିକ ଅର୍ଥ ହେଉଛି ନାଲି ପିଆଜ । ଏହି ଆଦିବାସୀ ଗାଁରୁ ୧୯୮୦ରେ ପ୍ରଚାରର ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ । ନିର୍ବାଚନର ବିପୁଳ ବିଜୟ ମଧ୍ୟ ହାସଲ କରିଥିଲେ । ୧୯୮୪ରେ ମା’ଙ୍କ ପଦାଙ୍କ ଅନୁସରଣ କରି ସେହି ଗାଁରୁ ପ୍ରଚାର ଆରମ୍ଭ କରିଥିଲେ ରାଜୀବ ଗାନ୍ଧୀ । ରାଜୀବ ବି ବାଜିମାତ କରିଥିଲେ । ଖାଲି ଜିତିନଥିଲେ ବରଂ ରେକଡର଼୍ ସୃଷ୍ଟି କରିଥିଲେ । ଇନ୍ଦିରା ଓ ରାଜୀବଙ୍କ ଭଳି ୨୦୦୪ରେ ସୋନିଆ ମଧ୍ୟ ଗୁଜୁରାଟର ସେହି ଆଦିବାସୀ ଗାଁ ‘ଲାଲ ଡୁଙ୍ଗି୍ର’ରୁ ପ୍ରଚାର କରିଥିଲେ । ବାଜପେୟୀଙ୍କ ଲୋକପି୍ରୟ ସରକାର ବି ଗଡ଼ିଯାଇଥିଲା । ଏସବୁକୁ ଅନୁଧ୍ୟାନ କରିବା ପରେ ରାହୁଲ ଗାନ୍ଧୀ ସେହି ଲାଲ ଡୁଙ୍ଗି୍ରରୁ ହିଁ ପ୍ରଚାର ଆରମ୍ଭ କରିଛନ୍ତି । ସେଠାରୁ ଆରମ୍ଭ ହୋଇଛି ଜନଆକ୍ରୋଶ ରାଲି । ଗୁଜୁରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ ହୋଇଥିବାବେଳେ ସେହିଠାରୁ ପ୍ରଚାର ଆରମ୍ଭ କରି ଭାଗ୍ୟ ପରଖିବାକୁ ଅଂଟା ଭିଡ଼ିଛନ୍ତି ରାହୁଲ । ଦକ୍ଷିଣ ଗୁଜୁରାଟର ଅନେକ ଅଂଚଳର ଲୋକ ଏବେବି ଇନ୍ଦିରାଙ୍କ ପାଇଁ ହାତ ଚିହ୍ନକୁ ଭୋଟ ଦେଇ ଆସୁଥିବା ଦେଖିବାକୁ ମିଳିଥାଏ ।