ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ତିନି ଠାକୁର।

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ତିନି ଠାକୁର।

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ତିନି ଠାକୁର।
ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ତିନି ଠାକୁର। ତାଳଧ୍ଵଜରେ ବଡ଼ ଠାକୁର ଶ୍ରୀ ବଳଭଦ୍ର, ଦେବଦଳନରେ ଭଉଣୀ ସୁଭଦ୍ରା ଏବଂ ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଅଭିମୁଖେ ଫେରୁଛନ୍ତି। ବିନା ଭକ୍ତରେ ବାହୁଡ଼ା ଯାତ୍ରା ଚାଲିଥିବାବେଳେ ସେବାୟତମାନେ ତିନି ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ନେଉଛନ୍ତି। ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା। ସକାଳ ସାଢ଼େ ୯ଟା ସୁଦ୍ଧା ଶ୍ରୀ ସୁଦର୍ଶନ ଏବଂ ତିନି ଠାକୁର ପହଣ୍ଡିରେ ରଥାରୂଢ଼ ହୋଇଥିଲେ। ପରେ ରଥରେ ଠାକୁରଙ୍କ ରୀତିନୀତି ସମ୍ପନ୍ନ ହୋଇଥିଲା।