ତିର୍ତ୍ତୋଲ ବାସୀଙ୍କ ପ୍ରଶ୍ନ : କେବେ ହେବ ଶ୍ରୀ ସାରଳା ସମବାୟ ସୂତାକଳ, ଅଭିନବ ଉପାୟରେ ଚେଲ୍ଲାକୁମାରଙ୍କ ଶ୍ରଦ୍ଧାଞ୍ଜଳି

ତିର୍ତ୍ତୋଲ ବାସୀଙ୍କ ପ୍ରଶ୍ନ : କେବେ ହେବ ଶ୍ରୀ ସାରଳା ସମବାୟ ସୂତାକଳ, ଅଭିନବ ଉପାୟରେ ଚେଲ୍ଲାକୁମାରଙ୍କ ଶ୍ରଦ୍ଧାଞ୍ଜଳି

ତିର୍ତ୍ତୋଲ ବାସୀଙ୍କ ପ୍ରଶ୍ନ : କେବେ ହେବ ଶ୍ରୀ ସାରଳା ସମବାୟ ସୂତାକଳ, ଅଭିନବ ଉପାୟରେ ଚେଲ୍ଲାକୁମାରଙ୍କ ଶ୍ରଦ୍ଧାଞ୍ଜଳି
ରାଜ୍ୟରେ ଶିଳ୍ପର ବିକାଶ ଘଟିଛି ଏବଂ ରୋଜଗାର ବଢିଛି, ଏହିଭଳି ବାହାସ୍ଫୋଟ ମାରି ଚାଲିଛନ୍ତି ନବୀନ ସରକାର । ହେଲେ ନବୀନଙ୍କ ପ୍ରଚାର ଏବଂ ସତ୍ୟତା ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଲା ଭଳି ଶ୍ରୀ ସାରଳା ସମବାୟ ସୂତାକଳକୁ ଉଦାହରଣ ଭାବରେ ନିଆଯାଇପାରେ । ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟରେ ଶିଳ୍ପ ବିକାଶ ଆରମ୍ଭ କରିଥିଲେ । ତାହାର ଏକ ଅନନ୍ୟ ଉଦାହରଣ ଥିଲା ଶ୍ରୀ ସାରଳା ସମବାୟ ସୂତାକଳ । ଏହି ସୂତାକଳରେ ଶହ ଶହ ଲୋକ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ କିନ୍ତୁ୧୯୯୯ ମସିହାର ମହାବାତ୍ୟା ଏହି ସୂତାକଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ପରବର୍ତ୍ତୀ ସମୟରେ ନବୀନ ସରକାର ଆସିଥିଲେ ମଧ୍ୟ ଏହି ସୂତାକଳର ପୁନରୁଦ୍ଧାର ନେଇ ଆଦୌ ପଦକ୍ଷେପ ନେଇନଥିଲେ । ଏମିତିକି ବିଜୁ ବାବୁଙ୍କ ଓଟିଏମ୍ ମଧ୍ୟ ଆଜି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଉକ୍ରଳ ସୂତାକଳ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏପରି ଅବସ୍ଥାରେ ନବୀନ ପଟ୍ଟନାୟକ ରାଜ୍ୟକୁ ଶିଳ୍ପସମୃଦ୍ଧ କରିବା ସହିତ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବେ ତାହା ସହଜରେ ଅନୁମେୟ । ଚାକିରି ଖଣ୍ଡିଏ ନପାଇଁ ରାଜ୍ୟର ହଜାର ହଜାର ଯୁବକ ସୁରତର ସୂତାକଳରେ କାମ କରୁଛନ୍ତି । କିନ୍ତୁ ନବୀନ ସରକାର କେବଳ ଭୋଟର ରାଜନୀତି କରୁଛନ୍ତି । ମାଗଣା ଯୋଜନା ଏବଂ ସରକାରୀ କଳର ବ୍ୟବହାରରେ ଭୋଟ ହାସଲ କରିବା ନବୀନ ସରକାରଙ୍କ କାମ ବୋଲି ଓଡିଶା କଂଗ୍ରେସ ଦାୟିତ୍ୱରେ ରହିଥିବା ଡ. ଏ ଚେଲ୍ଲା କୁମାର କହିଛନ୍ତି । ଦୈନିକ ରାଜ୍ୟର ହଜାର ହଜାର ଯୁବକ ଦାଦନ ଖଟିବାକୁ ଯାଉଥିବା ବେଳେ ନବୀନ ସରକାରଙ୍କର ସେଥିପ୍ରତି ନିଘାନାହିଁ ବୋଲି ସେ କଟାକ୍ଷ କରିଛନ୍ତି । ତିର୍ତ୍ତୋଲ ଉପ ନିର୍ବାଚନ ପ୍ରଚାର ପାଇଁ ଅନ୍ୟ ଦଳୀୟ ନେତାଙ୍କ ସହିତ ଯାଇଥିବା ଶ୍ରୀ ଚେଲ୍ଲା କୁମାର ଏହି ଅବସରରେ ଶ୍ରୀ ସାରଳା ସମବାୟ ସୂତାକଳ ପରିଦର୍ଶନ କରିଥିଲେ । ରାଜ୍ୟ ସରକାର ଏକ ଶିଳ୍ପସଂସ୍ଥାକୁ ମାରିଦେଇଥିବାରୁ ପ୍ରତୀକାତ୍ମକ ଭାବରେ କାରଖାନା ଆଗରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥଳେ ଶ୍ରୀ ଚେଲ୍ଲା କୁମାର । ଏହା ସହିତ ଏହି ପ୍ରସଙ୍ଗକୁ ଆଗାମୀ ଦିନରେ ସଂସଦରେ ଉତ୍ଥାପନ କରିବା ସହିତ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ଏହାର ପୁନରୁଦ୍ଧାର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଜେଡି ସରକାର ୨୦ ବର୍ଷ ହେବ ଶାସନ କ୍ଷମତାରେ ରହି ଏହି ଶିଳ୍ପସଂସ୍ଥା ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଥିବା ବେଳେ ବିଜେପି ସରକାର ମଧ୍ୟ ସମାନ ନୀତି ଆପଣେଇଛନ୍ତି । ରାଜ୍ୟରୁ ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ରହିଥିଲେ ମଧ୍ୟ ଏହି ଶିଳ୍ପର ପୁନରୁଦ୍ଧାର ପାଇଁ ଉଦାସୀନ ମନୋଭାବକୁ ନେଇ ଚେଲ୍ଲାକୁମାର ପ୍ରଶ୍ନ କରିଥିଲେ । ରାଜ୍ୟ ପ୍ରଭାରୀଙ୍କ ଏହି ଗସ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଏବଂ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଉପସ୍ଥିତ ଥିଲେ ।