ପୁଷ୍ପା ବି ଆଣ୍ଠେଇବ!

ପୁଷ୍ପା ବି ଆଣ୍ଠେଇବ!

ପୁଷ୍ପା ବି ଆଣ୍ଠେଇବ!

ଭୁବନେଶ୍ୱର: ସାଉଥର ମେଗା ଷ୍ଟାର ଆଲୁ ଅର୍ଜ୍ଜୁନଙ୍କ ଫିଲ୍ମ ଦେଶ ସମେତ ବିଦେଶରେ ବି ହଇଚଇ ସୃଷ୍ଟି କରିଛି । ଫିଲ୍ମର ଡାଇଲଗ୍ ‘ପୁଷ୍ପା... ପୁଷ୍ପାରାଜ... ମେ ଝୁକେଗା ନେହିଁ... ଏମିତି ହିଟ୍ ହୋଇଛି ଯେ ସବୁଠି ଭାଇରାଲ ହେଉଛି । ଫିଲ୍ମରେ ପୁଷ୍ପା ଚରିତ୍ରରେ ଅଭିନୟ କରୁଥିବା ଆଲୁ ଅଜର୍୍ୁନ ବାଇକରେ ବିନା ହେଲମେଟରେ ବୁଲୁଥିବା ଦେଖିବାକୁ ମିଳୁଛି । ଏଭଳି ଷ୍ଟାଇଲକୁ ଯୁବପିଢ଼ି ଢେର ପସନ୍ଦ କରୁଥିବାବେଳେ ସତର୍କ କରାଇ ଦେଇଛନ୍ତି ଓଡ଼ିଶା ପରିବହନ ବିଭାଗ । ଟୁଇଟ୍ କରି ଫଟୋ ଜାରି କରି ସତର୍କ କରାଇ ଦେଇଛି ଯେ ପୁଷ୍ପା ହେଉ କି ପୁଷ୍ପାରାଜ, ନିୟମ ଭାଙ୍ଗିଲେ ଆଇନ ଆଗରେ ସବୁ  ଆଣ୍ଠେଇବେ । ବିନା ହେଲମେଟରେ ଗାଡ଼ି ଚଳାଇଲେ ଚାଲାଣ କଟିବ, ଜରିମାନା ଗଣିବେ । କାହାରିକୁ ଛାଡ଼ିବନି ଓଡ଼ିଶା ପରିବହନ ବିଭାଗର ନିୟମ । ଏହି ଟ୍ୱିଟ ଏବେ ସୋସିଆଲ ମିଡିଆରୁ ଗଣମାଧ୍ୟମ ଯାଏ ଢେର ଚର୍ଚ୍ଚାର ବିଷୟ ହେଲାଣି ।

 ପୁଷ୍ପା ଫିଲ୍ମର ଫେମସ୍ ଡାଇଲଗ୍ ‘ ମେ ଝୁକେଗା ନେହିଁ’ ନେଇ ଓଡ଼ିଆର ହାସ୍ୟକଳାକାରମାନେ ବି ୟୁଟୁ୍ୟବରେ “ପୁଷ୍ପା ମାନେ ପୁଷ୍ପ ରଂଜନ ପ୍ରଧାନ କେବେ ଆଣ୍ଠେଇବ ନାହିଁ... ପୁଷ୍ପା ନଏଙ୍ଗା ନେହିଁ” ଆଦି ଡାଇଲଗ ମାରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି । ଏସବୁ ଡାଇଲଗ ବେଶ ଲୋକପ୍ରିୟ ହେଉଥିବାବେଳେ ରାଜ୍ୟ ପରିବହନ ବିଭାଗର ସଚେନତାମୂଳକ ଟ୍ୱିଟ ବେଶ୍ ରୋଚକ ହୋଇଛି । ଲୋକେ ଏହାକୁ ଅଧିକରୁ ଅଧିକ ସେୟାର କରୁଥିବା ଦେଖିବାକୁ ମିଳୁଛି । କାଲି ଯାଏଁ ଯେଉଁ ଯୁବପିଢ଼ି କହୁଥିଲେ, ପୁ୍ଷ୍ପା ଝୁକେଗା ନେହିଁ ବା ପୁ୍ଷ୍ପା କେବେ ଆଣ୍ଠେଇବ ନାହିଁ... ଆଜି ସେମାନେ କହୁଛନ୍ତି- ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ପୁଷ୍ପା ବି ଆଣ୍ଠେଇବ ।