ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ
ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ସୂଚୀ । ଚଳିତ ବର୍ଷ ମାଟି୍ରକ ପରୀକ୍ଷା କିପରି ହେବ ତାହା ସଂପୂର୍ଣ୍ଣ ଭାବେ ସୂଚି ମିଳିଛି । ମେ ୩ ତାରିଖରୁ ଆରମ୍ଭ ହୋଇ ମେ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ । ମେ ୩ ତାରିଖ ଦିନ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହେବ । ସେହିପରି ୫ରେ ଦ୍ୱିତୀୟ ଭାଷା ଇଂଲିଶ, ୭ ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିିତ ପରୀକ୍ଷା ହେବ । ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ଶେଷ ହେବ । ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ମିଳିବ । ପରୀକ୍ଷା ହଲରେ ୭ଟା ୪୫ରୁ ଉଭୟ ଅବଜେଟିଭ ଓ ସବଜେଟିଭ ପ୍ରଶ୍ନପତ୍ର ବଂଟାଯିବ । ଅବଜେଟିଭ ସକାଳ ୮ଟାରୁ ୯ଟା ଓ ସବଜେଟିଭ ୯ଟାରୁ ୧୦ଟା ଯାଏ ପରୀକ୍ଷା ହେବ । ଗଣିତ ଅବଜେଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଯାଏ ଚାଲିବ । ଓଏମଆରରେ ଅବଜେଟିଭ,ବୁକଲେଟରେ ସବଜେଟିଭ ଉତର ଲେଖିବେ ଛାତ୍ରଛାତ୍ରୀ । ମାଟ୍ରିକ ପରୀକ୍ଷାର୍ଥିୀମାନେ ଚଳିତ ବର୍ଷ କିଭଳି ପରୀକ୍ଷା ଦେବେ । ତାହାର କ’ଣ ଫର୍ମାଟ ବା ଢ଼ାଂଚା ରହିଛି ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶଦ ସୂଚନା ପ୍ରଦାନ କରାଯାଇଛି । ନମୁନା ପ୍ରଶ୍ନ ପତ୍ର ୱେବସାଇଟରେ ଉପଲବ୍ଧ କରାଯାଇଛି । ୧. ପ୍ରଥମ ଭାଷାର ଦୀର୍ଘ ଉତରମୂଳକ ପ୍ରଶ୍ନର ପ୍ରଥମ ପ୍ରଶ୍ନ ୧୦ ନମ୍ବରର ରହିଛି । ସେହିପରି ଏହାର ବିକଳ୍ପ ଭାବେ ମଧ୍ୟ ୨ଟି ୫ ମାର୍କର ପ୍ରଶ୍ନ ରହିବ । ୨ ନମ୍ବର ପ୍ରଶ୍ନରେ ଗୋଟିଏ ରଚନା ଲିଖନ ପାଇଁ ୧୦ ମାର୍କ ବିଶିଷ୍ଟ ୩ଟି ବିକଳ୍ପ ପ୍ରଶ୍ନ ରହିବ । ୨ ଶହ ଶବ୍ଦ ମଧ୍ୟରେ ଉତର ଦେବାକୁ ପଡ଼ିବ । ତୃତୀୟ ପ୍ରଶ୍ନ ୧୦ ମାର୍କ ବିଶିଷ୍ଟ ହୋଇଥିବାବେଳେ ଏଥିରେ ୫ ମାର୍କ ବିଶିଷ୍ଟ ୨ଟି ବିଷୟ ରହିବ । ପ୍ରତି ପ୍ରଶ୍ନରେ ୨୫ଟି ଶବ୍ଦରେ ଉତର ଦେବାକୁ ପଡ଼ିବ । ବିକଳ୍ପ ଭାବେ ପତ୍ରଲିଖନ ଓ ସରଳାର୍ଥରୁ ୫ ମାର୍କ ପ୍ରଶ୍ନ ରହିବ । ୨. ଦ୍ୱିତୀୟ ଭାଷା ଇଂରାଜୀର ପ୍ରଶ୍ନପତ୍ର ଶୈଳୀରେ ସାମାନ୍ୟ ପରିବର୍ତନ ହୋଇଛି । ୧ ନମ୍ବର ବିଶିଷ୍ଟ ୫୦ଟି ଅବଜେକ୍ଟିଭ ପ୍ରଶ୍ନ ରହିବ । ସବଜେକ୍ଟିଭ ଗଦ୍ୟ ଓ ପଦ୍ୟରେ ୫ ନମ୍ବର ବିଶିଷ୍ଟ ୨ଟି ପ୍ରଶ୍ନ ରହିବ । ଏଥିରେ ମଧ୍ୟ ବିକଳ୍ପ ପ୍ରଶ୍ନ ରହିବ । ୨ ନମ୍ବର ପ୍ରଶ୍ନରେ ଗୋଟିଏ ରଚନା ଲିଖନ ପାଇଁ ୧୦ ମାର୍କ ବିଶିଷ୍ଟ ୨ଟି ବିକଳ୍ପ ପ୍ରଶ୍ନ ରହିବ । ୨ ଶବ୍ଦ ବିଶିଷ୍ଟ ରଚନା ଲିଖନ ପାଇଁ ୫ ମାର୍କ ରହିଛି । ଅନ୍ୟ ୫ ମାର୍କ ପାଇଁ ଦରଖାସ୍ତ ଓ ପତ୍ର ଲିଖନରୁ ବିକଳ୍ପ ପ୍ରଶ୍ନ ରହିବ । ତୃତୀୟ ପ୍ରଶ୍ନ ୧୦ ନମ୍ବରରୁ ୨ ମାର୍କ ବିଶିଷ୍ଟ ୫ଟି ପ୍ରଶ୍ନ ରହିବ । ଅନ୍ୟ ୫ ନମ୍ବର ପାଇଁ ବିକଳ୍ପ ଭାବେ ଅନୁବାଦ, ରିପୋର୍ଟ ରାଇଟିଂରୁ ପ୍ରଶ୍ନ ରହିବ । ୩. ହିନ୍ଦୀ ଓ ସଂସ୍କୃତ ବିଷୟ ଅବଜେକ୍ଟିଭରେ ୧ ମାର୍କ ବିଶିଷ୍ଟ ୫୦ଟି ପ୍ରଶ୍ନ ରହିବ । ସବଜେକ୍ଟିଭରେ ୩୦ ମାର୍କ ପ୍ରଶ୍ନ ଆସିବ । ଏଥିରେ ୫ ମାର୍କ ବିଶିଷ୍ଟ ୨ଟି ପ୍ରଶ୍ନ ରହିବ । ଦ୍ୱିତୀୟ ଦଶ ନମ୍ବର ପ୍ରଶ୍ନରେ ୨ ମାର୍କ ବିଶିଷ୍ଟ ୫ଟି ପ୍ରଶ୍ନ ଆସିବ । ସମସ୍ତ ପ୍ରଶ୍ନର ବିକଳ୍ପ ରହିବ । ୪. ଗଣିତ ଅବଜେକ୍ଟିଭରେ ୧ ମାର୍କ ବିଶିଷ୍ଟ ୫୦ଟି ପ୍ରଶ୍ନ ରହିବ । ସବଜେକ୍ଟିଭରେ ୩୦ ମାର୍କର ପ୍ରଶ୍ନ ରହିଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରଶ୍ନ ପାଇଁ ୫ ମାର୍କ ବିଶିଷ୍ଟ ୨ଟି ପ୍ରଶ୍ନ ରହିବ । ଏହାର ମଧ୍ୟ ବିକଳ୍ପ ପ୍ରଶ୍ନ ପଡ଼ିବ । ୫. ସାଧାରଣ ବିଜ୍ଞାନ ପରୀକ୍ଷାରେ ଭୌତିକ ବିଜ୍ଞାନ ଓ ଜୈବ ବିଜ୍ଞାନରେ ୪୦ ମାର୍କ ଲେଖାଏଁ ୮୦ ମାର୍କର ପ୍ରଶ୍ନ ରହିବ । ଭୌତିକ ବିଜ୍ଞାନ ଅବଜେକ୍ଟିଭରେ ୨୫ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସେହିପରି ସବଜେକ୍ଟିଭ ପ୍ରଥମ ପ୍ରଶ୍ନ ୮ ନମ୍ବର ବିଶିଷ୍ଟ ରହିଛି । ଏଥିରେ ୩ ଭାଗରେ ପ୍ରଶ୍ନ ଆସିବ । ୨ଟି ପ୍ରଶ୍ନ ୩ ମାର୍କ ଓ ଗୋଟିଏ ପ୍ରଶ୍ନ ୨ ମାର୍କ ପଡ଼ିବ । ଏହାର ମଧ୍ୟ ବିକଳ୍ପ ପ୍ରଶ୍ନ ରହିବ । ଦ୍ୱିତୀୟ ୭ ମାର୍କ ବିଶିଷ୍ଟ ପ୍ରଶ୍ନରେ ଦୁଇଟି ଭାଗରେ ପ୍ରଶ୍ନ ରହିବ । ଗୋଟିଏ ୪ ମାର୍କ ଓ ଅନ୍ୟଟି ୩ ନମ୍ବର ବିଶିଷ୍ଟ । ଏହାର ବି ବିକଳ୍ପ ପ୍ରଶ୍ନ ରହିବ । ଭୌତିକ ବିଜ୍ଞାନ ଢାଂଚାରେ ଜୀବ ବିଜ୍ଞାନ ପ୍ରଶ୍ନ ଆସିବ । ୬. ସାମାଜିକ ବିଜ୍ଞାନର ୮୦ ମାର୍କର ପ୍ରଶ୍ନରେ ଇତିହାସ ଓ ରାଜନୀତି ବିଜ୍ଞାନର ୪୦ ମାର୍କ ଏବଂ ଭୂଗୋଳ ଓ ଅର୍ଥନୀତିରେ ୪୦ ମାର୍କ ଲେଖାଏଁ ପ୍ରଶ୍ନ ରହିବ । ଇତିହାସ ଓ ରାଜନୀତି ବିଜ୍ଞାନ ଅବଜେକ୍ଟିଭରେ ୨୫ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ପଡ଼ିବ । ସବଜେକ୍ଟିଭର ପ୍ରଥମ ପ୍ରଶ୍ନ ୮ ନମ୍ବର ବିଶିଷ୍ଟ । ଏଥିରେ ୩ ଭାଗରେ ପ୍ରଶ୍ନ ଆସିବ । ଦୁଇଟି ପ୍ରଶ୍ନ ୨ ମାର୍କ ଏବଂ ଗୋଟିଏ ପ୍ରଶ୍ନ ୪ ମାର୍କ ପଡ଼ିବ । ଏହାର ବିକଳ୍ପ ମଧ୍ୟ ରହିବ । ଦ୍ୱିତୀୟ ୭ ମାର୍କ ବିଶିଷ୍ଟ ପ୍ରଶ୍ନରେ ଦୁଇ ଭାଗରେ ପ୍ରଶ୍ନ ପଡ଼ିବ । ଗୋଟିଏ ୩ ମାର୍କ ଓ ଅନ୍ୟଟି ୨ ନମ୍ବର ବିଶିଷ୍ଟ ରହିବ । ଏହାର ବି ବିକଳ୍ପ ରହିବ । ଇତିହାସ ଓ ରାଜନୀତି ବିଜ୍ଞାନ ଢାଂଚାରେ ଭୂଗୋଳ ଓ ଅର୍ଥନୀତିର ପ୍ରଶ୍ନ ଆସିବ ।