ଫୋକସରେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ

ଫୋକସରେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ

କନ୍ଧମାଳ-୨୦୦୯ ସାଧାରଣ ନିର୍ବାଚନରେ ସୀମା ନିର୍ଦ୍ଧାରଣ ହେବା ପୂର୍ବରୁ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ କନ୍ଧମାଳ ଜିଲାର ଫୁଲବାଣୀ, ଜି.ଉଦୟଗିରି, ବାଲିଗୁଡା, ବ୍ରହ୍ମପୁର ଜିଲାର ଭଂଜନଗର, ବୌଦ୍ଧ ଜିଲାର ବୌଦ୍ଧ ନିର୍ବାଚନମଣ୍ଡଳୀ, ସୋନପୁର ଜିଲାର ସୋନପୁର ଏବଂ ବିନକାକୁ ନେଇ ଗଠିତ ହୋଇଥିଲା । ସୀମା ନିର୍ଦ୍ଧାରଣପରେ କନ୍ଧମାଳର ଫୁଲବାଣୀ, ଜି. ଉଦୟଗିରି, ବାଲିଗୁଡା, ନୟାଗଡର ଦଶପଲ୍ଲା, ବୌଦ୍ଧ ଜିଲାର ବୌଦ୍ଧ ଓ ନୂତନ ଭାବେ ହୋଇଥିବା କଂଟାମାଳ, ଗଂଜାମ ଜିଲାର ଭଂଜନଗର ନିର୍ବାଚନମଣ୍ଡଳୀ ମିଶି କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହୋଇଥିଲା । ୨୦୦୯ ପୂର୍ବରୁ ଏହି ଲୋକସଭା ମଣ୍ଡଳୀ ଅନୂସୂଚୀତ ଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୨୦୦୯ ପରଠାରୁ ଏହା ଅଣସରଂକ୍ଷିତ ରହିଛି । ଚଳିତ ନିର୍ବାଚନ ପାଇଁ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୧୨ ଲକ୍ଷ ୫୯ ହଜାର ୮୮ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୬ ଲକ୍ଷ ୩୫ ହଜାର ୩୮୩ ହୋଇଥିବା ବେଳେ ମହିଳା ୬ ଲକ୍ଷ ୨୩ ହଜାର ୬୧୯ ଓ ୮୬ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି ୨୦୦୪ ସାଧାରଣ ନିର୍ବାଚନ ପରଠାରୁ ବିଜେଡି ଏହି ଆସନକୁ ନିଜ ଅକ୍ତିଆରରେ ରଖିଛି । ୨୦୦୪ରେ ବିଜେଡି ପ୍ରାର୍ଥି ସୁଗ୍ରୀବ ସିଂ, ୨୦୦୯ରେ ବିଜେଡିର ରୁଦ୍ରମାଧବ ରାୟ, ୨୦୧୪ରେ ବିଜେଡିର ହେମେନ୍ଦ୍ର ସିଂ ଏବଂ ତାଙ୍କ ଅକାଳ ମୃତ୍ରୁ୍ୟପରେ ତାଙ୍କ ଧର୍ମପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପ ନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ଜିତି ଏବେ ସାଂସଦ ଅଛନ୍ତି । ୨୦୦୯ ଫଳାଫଳ ଋୁଦ୍ରମାଧବ ରାୟ – ବିଜେଡି - ୩, ୧୫, ୩୧୪ ସୁଜିତ ପାଢ଼ି-କଂଗ୍ରେସ -୧,୬୪, ୩୦୭ ୨୦୧୪ ଫଳାଫଳ ହେମେନ୍ଦ୍ର ସିଂ-ବିଜେଡି -୪, ୨୧, ୪୫୮ ହରିହର କରଣ-କଂଗ୍ରେସ – ୨, ୪୦, ୪୪୧ ସୁକାନ୍ତ ପାଣିଗ୍ରାହୀ- ଭାଜପା - ୧,୦୮, ୭୪୪ ୨୦୧୪ ଉପ ନିର୍ବାଚନ ଫଳାଫଳ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ-ବିଜେଡି-୪, ୭୭, ୫୨୯ ଋୁଦ୍ରମାଧବ ରାୟ-ଭାଜପା- ୧,୭୮, ୬୬୧ ଅଭିମନ୍ୟୁ ବେହେରା-କଂଗ୍ରେସ- ୯୦, ୫୩୬ ଚଳିତ ଥର ନିର୍ବାଚନ ପାଇଁ ଇତି ମଧ୍ୟରେ ବିଜେଡି ଓ କଂଗ୍ରେସ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ବିଜୁ ଜନତା ଦଳ ବର୍ତମାନର ଏମପି ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ବାଦ ଦେଇ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବାଲିଗୁଡା ଅଂଚଳର ଯୁବ ନେତା ମନୋଜ ଆଚାର୍ଯ୍ୟଙ୍କୁ ମୈଦାନକୁ ଓହ୍ଲାଇବାକୁ ଯାଉଛି । ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ଆଜି ସୁଦ୍ଧା ଦଳୀୟ ପ୍ରାଥର୍ଥୀଙ୍କ ନାମ ତାଲିକା ପ୍ରକାଶ କରି ନାହିଁ । ଏହି ଲୋକସଭା ଆସନରେ ଶାସକ ବିଜେଡି ଦଳ ବହୁ ବର୍ଷ ଧରି ସ୍ଥାନୀୟ ପାର୍ଥୀ ଦେଇ ନ ଥିବାରୁ ଏଥରକ ଜଣେ ଜିଲାବାସୀଙ୍କୁ ପ୍ରାର୍ଥୀ କରିବା ନେଇ ଦାବୀ ଉଠୁଥିଲା । କିନ୍ତୁ ଶେଷରେ ଏହି ଦାବୀକୁ ଏକ ପ୍ରକାର ପ୍ରତ୍ୟାଖ୍ୟାନ କରି ଦଳ ପୁଣି ଥରେ ବାହାର ବ୍ୟକ୍ତିଙ୍କୁ ଟିକେଟ ଦେଇଛି । ଅଚ୍ୟୁତଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ଅସନ୍ତୋଷ ଦେଖା ଦେଇଛି । ଏପରିକି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଲକ୍ଷ୍ୟ କରାଯାଉଛି । ଏଭଳି ସ୍ଥଳେ କଂଗ୍ରେସ ଖେଳିଛି ଲୋକାଲ କାର୍ଡ । ବାଲିଗୁଡା ଏନଏସିର କାଉନସିଲର ଥିବା ମନୋଜ ଆଚାର୍ଯ୍ୟ ପ୍ରଥମ ଥର ପାଇଁ ବଡ ନିର୍ବାାଚନକୁ ଓହ୍ଲାଇଛନ୍ତି । ସ୍ଥାନୀୟ ପ୍ରାର୍ଥୀ ଇସ୍ୟୁକୁ ମନୋଜ କେତେଦୂର କାର୍ଯ୍ୟରେ ଲଗାଇ ପାରିବେ ତାହା ସମୟ କହିବ । ତେବେ ରାଜନୀତିରେ ନୂଆ ହୋଇଥିବା ସହ ଜିଲା ସମେତ ଲୋକସଭା ନିର୍ବାଚନ ମଣ୍ଡଳିର ଅନ୍ୟ କ୍ଷେତ୍ର ମାନଙ୍କରେ ମଧ୍ୟ କଂଗ୍ରେସର ସାଂଗଠନିକ ସ୍ଥିତି ଠିକ ନ ଥିବାରୁ ମନୋଜଙ୍କ ପାଇଁ ଲଢେଇ ସହଜ ହୋଇ ନ ପାରେ । ନିରାଶ ହୋଇଥିବା ଟକେଟ ଆଶାୟୀଙ୍କ ବିଦ୍ରୋହ ମଧ୍ୟ ତାଙ୍କ ପାଇଁ କଂଟା ହୋଇପାରେ । ସେଭଳି ଅଚ୍ୟୁତଙ୍କୁ ଟିକେଟ ମିଳିବା ପରେ ଜିଲା ବିଜେଡିରେ ଦେଖା ଦେଇଥିବା ବିଦ୍ରୋହ ଆଗକୁ କି ରୂପ ନେଉଛି ତାହା ମଧ୍ୟ ଦେଖିବା ଯୋଗ୍ୟ । ଏ ସବୁ ସମୀକରଣ ମଧ୍ୟରେ ବିଜେପି ପ୍ରାର୍ଥୀ ଘୋଷଣାକୁ ବିଲମ୍ବିତ କରି ସବୁ ଆକଳନକୁ ଝୁଲାଇ ରଖିଛି । ମିଳିଥିବା ସୂଚନା ପ୍ରକାରେ ଦଳ ଜିଲା ଲୋକଙ୍କୁ ପ୍ରାର୍ଥୀ କରିବ କି ବାହାର ନେତାଙ୍କୁ ଥଇଥାନ କରିବ ତାହା ସ୍ଥିର କରି ପାରୁ ନାହିଁ । ଯାହା ହେଲେ ବି ଏଥରକ ନିର୍ବାଚନ ସବୁ ଦଳ ପାଇଁ ଜଟିଳ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି ।