ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦


କଟକ: ଦୀର୍ଘ ୨ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ବାରବାଟୀ ପାଇଁ ଖୁସି ଖବର ଆସିଛି । ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ୍ । ଏହି ମ୍ୟାଚ୍ ଆସନ୍ତା ୨୦୨୨ ଫେବ୍ରୁଆରୀ ୧୫ ତାରିଖରେ ହେବ । ଆସନ୍ତା ବର୍ଷ ହେବାକୁ ଥିବା ଏହି ସିରିଜ ପ୍ରଥମ ମ୍ୟାଚ୍ କଟକରେ ହେବ । ବିସିସିଆଇ ଆପେକ୍ସ କାଉନସିଲ ବୈଠକ ପରେ ଭାରତର ଆଗାମୀ ଘରୋଇ ସିରିଜ ନେଇ ଘୋଷଣାରୁ ଏହା ଜଣାପଡ଼ିଛି । ଆସନ୍ତା ଫେବ୍ରୁଆରୀରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ପ୍ରଥମେ ଦିନିକିଆ ସିରିଜ ହେବ । ଏହା ପରେ ଟି-୨୦ ।

  ବାରବାଟୀରେ ଶେଷ ଥର ପାଇଁ ୨୦୧୯ ଡିସେମ୍ବର ୨୨ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ୍ ଭାରତ-ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ହୋଇଥିଲା । ବାରବାଟୀରେ ଏଯାଏ ମାତ୍ର ୨ଟି ଟି-୨୦ ମ୍ୟାଚ ଖେଳାଯାଇଛି । ଆସନ୍ତା ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପ୍ରସ୍ତୁତ ରହିଛି । ପଡ଼ିଆର ନବକଳେବର କାମ କରାଯାଇଛି । ଆସନ୍ତା ୨ ମାସ ଭିତରେ ପଡ଼ିଆର ସବୁ କାମ ସରିଯାଇଥିବ ବୋଲି ଓସିଏ ସୂତ୍ରରୁ ଜଣାପଡ଼ିଛି ।