ମା’ ସହ ଜଳିଗଲେ ୨ ଶିଶୁ

ମା’ ସହ ଜଳିଗଲେ ୨ ଶିଶୁ

ମା’ ସହ ଜଳିଗଲେ ୨ ଶିଶୁ

ବାରିପଦା : ମୃତ୍ୟୁ ଦେଖେନି ସମୟ, ବୟସ । ରାତିରେ ମା’ କୋଳରେ ଗଭୀର ନିଦରେ ୨ ନିରୀହ ଶିଶୁ ଶୋଇଥିଲେ । ହଠାତ୍‌ ରାତିରେ ଘରେ ନିଆଁ ଲାଗିଥିବା ବେଳେ ମା’ ସହ ଜୀବନ୍ତ ଜଳିଯାଇଛନ୍ତି ଦୁଇ ଶିଶୁ । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହିଠାରେ । ମୃତକ ୩ ଜଣ ହେଲେ ସୁରୁକୁନି ମାର୍ଣ୍ଡି (୨୪) , ୬ ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ ମାସର ପୁଅ ଜଗଦୀଶ ମାର୍ଣ୍ଡି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସ୍ୱାମୀ ମଙ୍ଗଲ ମାର୍ଣ୍ଡିଙ୍କୁ ଅଟକ ରଖିଛି ।

ଗତ ରାତିରେ ପରିବାରର ସମସ୍ତେ ଶୋଇଥିବା ବେଳେ ହଠାତ୍‌  ଅଗ୍ନିକାଣ୍ଡ ଲାଗିଥିବା ମଙ୍ଗଲ ପୁଲିସ୍‌ ସମ୍ମୁଖରେ ପ୍ରକାଶ କରିଛନ୍ତି । ଖବର ପାଇବା ମାତ୍ରେ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ସୁରୁକୁନିଙ୍କ ସମେତ ତାଙ୍କ ପୁଅଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ତେବେ ରାତି ଅଧରେ ସମସ୍ତେ ଶୋଇଥିବା ବେଳେ ନିଆଁ  କିପରି ଲାଗିଲା,  ଏଥିରେ ପରିବାରର ଅନ୍ୟ ସଦସ୍ୟଙ୍କର କିପରି କିଛି କ୍ଷତି ହେଲାନି ତାହା ରହସ୍ୟ ଘେରରେ ରହିଛି ।