ଶୀତଦିନେ ଏପରି କୁର୍ତ୍ତା ପିନ୍ଧନ୍ତୁ, ଦିଶିବେ ଷ୍ଟାଇଲିସ୍‌

ଶୀତଦିନେ ଏପରି କୁର୍ତ୍ତା ପିନ୍ଧନ୍ତୁ, ଦିଶିବେ ଷ୍ଟାଇଲିସ୍‌

ଶୀତଦିନେ ଏପରି କୁର୍ତ୍ତା ପିନ୍ଧନ୍ତୁ, ଦିଶିବେ ଷ୍ଟାଇଲିସ୍‌


ଭୁବନେଶ୍ୱର: ଶୀତରେ ସୂତା କପଡ଼ାର କୁର୍ତ୍ତା ପିନ୍ଧିଲେ ଶରୀରକୁ ଉଷୁମ ପରଶ ମିଳେନି । ସେଥିପାଇଁ କେତେଜଣ ପଶମ ବସ୍ତ୍ର ପିନ୍ଧନ୍ତି । ହେଲେ ଏହି ପୋଷାକ ବେଶ୍ ଓଜନିଆ ହୋଇଥିବାରୁ ପିନ୍ଧିବାକୁ ସହଜ ଲାଗେନି । ସାଧାସିଧା କୁର୍ତ୍ତାକୁ ପିନ୍ଧି ବି ଭଲଭାବେ ଷ୍ଟାଇଲ କରିପାରିବେ । ଫେସନ ଡିଜାଇନର ମନିଷ ମଲହୋତ୍ରା ଦେଇଥିବା କେତେଗୁଡ଼ିଏ ଟିପ୍ସ ବିଷୟରେ ଜାଣିବା । 

- ସୂତା କପଡ଼ାର କୁର୍ତ୍ତା ପିନ୍ଧିଥିଲେ, ସେଥିରେ ହାତକଟା ସ୍ୱେଟର ପିନ୍ଧନ୍ତୁ ।
- କୌଣସି ପାର୍ଟିକୁ ଯାଉଥିଲେ କୁର୍ତ୍ତା ସହ ଆପଣ ଶ୍ରଗ କିମ୍ବା ଶାଲ ଘୋଡ଼ାଇ ହୋଇପାରିବେ ।
- କଲେଜ ପଢ଼ୁଆ ଯୁବତୀମାନେ ଶୀତରେ କୁର୍ତ୍ତା ସହ ଉଲ ବୁଣା ଟୋପି ପିନ୍ଧି ବି ଷ୍ଟାଇଲ କଲେ ସୁନ୍ଦର ଲାଗିବେ ।
- କୁର୍ତ୍ତା ସହ ଡେନିମ ଜ୍ୟାକେଟକୁ ପିନ୍ଧିଲେ ଅଧିକ ଷ୍ଟାଇଲିଶ ଦେଖାଯିବେ ।

କେବଳ ଗରମଦିନେ ପିନ୍ଧାଯାଉଥିବା ସୂତା କପଡ଼ାର ବସ୍ତ୍ରକୁ ଏଥରକ ନୂଆ ଷ୍ଟାଇଲରେ ଶୀତଦିନେ ମଧ୍ୟ ପିନ୍ଧନ୍ତୁ ।