ସସପେଣ୍ଡ ହେଲେ ପାଟଣା ଥାନା ଆଇଆଇସି ।

ସସପେଣ୍ଡ ହେଲେ ପାଟଣା ଥାନା ଆଇଆଇସି ।

ସସପେଣ୍ଡ ହେଲେ ପାଟଣା ଥାନା ଆଇଆଇସି ।
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସପେଣ୍ଡ କରାଯାଇଛି । ଥାନା ଭିତରେ ଥାର୍ଡ ଡିଗ୍ରୀ ଘଟଣାରେ ତାଙ୍କୁ ପୁଲିସ ଡିଜି ସସପେଣ୍ଡ କରିଛନ୍ତି । ସନ୍ଧ୍ୟାରାଣୀ ଜେନାଙ୍କୁ ସସପେଣ୍ଡ ନେଇ ଡିଜିପିଙ୍କ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ପ୍ରକାଶ ଯେ, ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନା ଭିତରେ ନିସ୍ତୁକ ପିଟିଥିଲେ । ଠେଙ୍ଗାରେ ପିଟିବା ସହ ଗୋଇଠା ମାରିବାକୁ ବି ପଛାଇନଥିଲେ । ଏହି ମାଡ଼ର ଭିଜୁଆଲ ଭାଇରାଲ ପରେ ଚାରିଆଡେ଼ ହଇଚଇ ସୃଷ୍ଟି ହୋଇଥିଲା । ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନ ବି ଜବାବ ମାଗିଥିଲେ । ଏସପିଙ୍କ ଠାରୁି ଜବାବ ମାଗିବା ସହ କ୍ଷତିପୂରଣ ଦେବାକୁ କହିଥିଲେ । ୧୦ ହଜାର କ୍ଷତିପୂରଣ ଆଇଆଇସିଙ୍କ ଦରମାରୁ କାଟି ପୀଡ଼ିତଙ୍କୁ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିଦେ୍ର୍ଧଶ ଦେଇଥିଲେ । କେନ୍ଦୁଝର ଜିଲା ପାଟଣା ଥାନାଧିକାରିଣୀ ସନ୍ଧ୍ୟାରାଣୀ ଜେନାଙ୍କ ଦ୍ୱାରା ଥାନା ଭିତରେ ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ ଓରଫ୍ ରାଜୁ ମହାନ୍ତ ନାମକ ଜଣେ ଯୁବକଙ୍କୁ ଲାଠିରେ ପ୍ରବଳ ମାଡ ଓ ଗୋଇଠା ମାରିବା ଘଟଣାର ଭିଡ଼ିଓ ଭାଇରାଲ ହୋଇଥିଲା ।