୨୦ ସହିଦଙ୍କ ନାମ ପ୍ରକାଶ କଲା ଭାରତୀୟ ସେନା ।
୨୦ ସହିଦଙ୍କ ନାମ ପ୍ରକାଶ କଲା ଭାରତୀୟ ସେନା ।
admin
Jun 17, 2020 - 09:58
Updated: Jun 17, 2020 - 09:58
ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ଯବାନଙ୍କ ସଂଘର୍ଷରେ ସହିଦ ଭାରତୀୟ ଯବାନଙ୍କ ନାମ ତାଲିକା ପ୍ରକାଶ ପାଇଛି । ସେମାନେ ହେଲେ:
୧- ନାଏବ ସୁବେଦାର ସତନାମ ସିଂ
୨-ନାଏବ ସୁବେଦାର ମନଦୀପ ସିଂ
୩- ସିପାହୀ କୁନ୍ଦନ କୁମାର
୪- ସିପାହୀ ଅମନ କୁମାର
୫- ନାଏକ ଦୀପକ ସିଂ
୬- ସିପାହୀ ଚନ୍ଦନ କୁମାର
୭- ସିପାହୀ ଗଣେଶ ହାସଦା
୮- ସିପାହୀ ଗଣେଶ ରାମ
୯- ସିପାହୀ କେ.କେ ଓଝା
୧୦- ସିପାହୀ ରାଜେଶ ଓରୁନ
୧୧- ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ
୧୨- ନାଏକ ସୁବେଦାର ନନ୍ଦୁରାମ ସୋରେନ
୧୩- ହାବିଲଦାର ସୁନୀଲ କୁମାର
୧୪- କର୍ଣ୍ଣେଲ ବି. ସନ୍ତୋଷ ବାବୁ
୧୫- ସିପାହୀ ଜୟକିଶୋର ସିଂହ
୧୬- ହାବିଲଦାର ବିପୁଲ ରାୟ
୧୭- ସିପାହୀ ଗୁରୁଦେବ ସିଂହ
୧୮- ସିପାହୀ ଅଙ୍କୁଶ
୧୯-ସିପାହୀ ଗୁରୁବିନ୍ଦର ସିଂ
୨୦- ହାବିଲଦାର କେ.ପଲାନି
ପ୍ରକାଶ ଯେ, ଦୀର୍ଘ ୪୫ ବର୍ଷ ପରେ ପରେ ଭାରତକୁ ଧୋକା ଦେଇଛି ଚୀନ । ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ସୀମା ବିବାଦ ତୁଟାଇବାକୁ ଯାଇଥିବା ଭାରତୀୟ ସୈନିକଙ୍କ ଉପରେ ଚୀନ ସୈନିକ ମାନେ ଆକ୍ରମଣ କରିଛନ୍ତି । ସେମାନେ କୌଣସି ଗୁଳିମାଡ଼ କରିନଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଭାରତୀୟ ସୈନିକଙ୍କ ଉପରେ ପଥର, ଲାଠି, ଲୁହାରଡ଼ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଅନ୍ୟ ପକ୍ଷରେ ଭାରତୀୟ ସୈନିକଙ୍କ ପ୍ରତି ଆକ୍ରମଣରେ ଚୀନର ୪୩ ଜଣ ସୈନିକ ମୃତାହତ ହୋଇଥିବା କୁହାଯାଉଛି । କିନ୍ତୁ ଚୀନ ସରକାର ଏହା ସ୍ପଷ୍ଟ କରି ନାହାନ୍ତି । ୧୯୭୫ ମସିହା ପରେ ପ୍ରଥମ ଥର ପାଇଁ ଭାରତ ଓ ଚୀନ ମଧ୍ୟରେ ସୀମାରେ ଏଭଳି ରକ୍ତାକ୍ତ ସଂଘର୍ଷ ଘଟିଛି ।