କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲ୍‌ଙ୍କ ପରଲୋକ, ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଦେହାନ୍ତ, ବଙ୍ଗାଳୀ ଫିଲ୍ମରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ ତାପସ ପାଲ୍‌

ବରିଷ୍ଠ ବଙ୍ଗାଳୀ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲ୍‌ଙ୍କର ଆଜି ଭୋର୍‌ରେ ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ମୁମ୍ବାଇରେ ଥିବା ନିଜ ଝିଅ ଘରକୁ ତାପସ ଯାଇଥିଲେ । କୋଲକାତା ଫେରିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ଅପେକ୍ଷା କରିଥିବାବେଳେ ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାପସ ବଙ୍ଗଳା ସିନେମା ଜଗତର ଜଣେ ପ୍ରଖ୍ୟାତ ଅଭିନେତା ହୋଇଥିବାବେଳେ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ ଫିଲ୍ମରେ ମଧ୍ୟ ଟଙ୍କା ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ଉଦୟ ଶଙ୍କର ପାଣିଙ୍କ ନିର୍ଦେଶିତ ମିଛ ମାୟା ସଂସାର ଓ ମହମ୍ମଦ ମହସୀନଙ୍କ ନିର୍ଦେଶିତ ବିଧିର ବିଧାନ ଆଦି ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଥିଲେ । ତାପସ ଦୁଇ ଥର ଲୋକସଭା ସାଂସଦ ହେବା ସହିତ ବିଧାୟକ ମଧ୍ୟ ରହିଥିଲେ। ତାଙ୍କର ପତ୍ନୀ ଓ ଜଣେ ଝିଅ ଅଛନ୍ତି। ଜଣେ ରୋମାଣ୍ଟିକ୍ ହିରୋ ଭାବେ ସେ ବଙ୍ଗାଳୀ ଫିଲ୍ମରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ। ସେ କିଛି ହିନ୍ଦୀ ଏବଂ ଓଡ଼ିଆ ଓ ବଙ୍ଗଳା ଦ୍ୱିଭାଷିକ ଫିଲ୍ମ ମଧ୍ୟ କରିଥିଲେ। ୨୦୧୬ରେ ରୋଜ୍‌ ଭ୍ୟାଲି ଚିଟ୍‌ ଫଣ୍ଡ୍‌ ଦୁର୍ନୀତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ୧୩ ମାସ ପରେ ତାଙ୍କୁ ଜାମିନ୍ ମିଳିଥିଲା। ତା’ପରଠାରୁ ସେ ଉଭୟ ଫିଲ୍ମ ଓ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ୧୯୮୦ରେ ବଙ୍ଗାଳୀ ଫିଲ୍ମରେ ଡେବ୍ୟୁ କରିଥିବା ତାପସ ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ତା’ପରେ ସେ କୃଷ୍ଣନଗର ଲୋକସଭା ଆସନରୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ସେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ସାଂସଦ ରହିଥିଲେ।