କରୋନା : ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା

କରୋନା : ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା

କରୋନା : ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା
ଭୁବନେଶ୍ୱର : ଆଜି ସଂଧ୍ୟା ୭ଟା ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି । କରୋନା ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେବୋଲି ଜାଣିବାକୁ ମିଳିଛି । ସମ୍ପ୍ରତି ରାଜ୍ୟରେ କରୋନା କାୟା ମେଲାଇଥିବାବେଳେ ସ୍ୱାଭାବିକ ଭାବେ ଏସିଆରସିଙ୍କ ଘୋଷଣାକୁ ନେଇ ସମସ୍ତଙ୍କ ମନରେ ଆଶା ଆଶଙ୍କା ପ୍ରକାଶ ପାଇଛି । ସୂଚନାଯୋଗ୍ୟଯେ, ରାଜ୍ୟରେ ଗୋଟିଏ ଦିନରେ ୪୪୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୫୭୪ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୮୭୧ ଜଣ ସଂକ୍ରମିତ ହୋଇଛନ୍ତି । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନ ଘୋଷଣା କରିଥିବାବେଳେ କରୋନା ସଂକ୍ରମଣ ପାଇଁ ପିପିଲି ଉପନିର୍ବାଚନରେ ବିଜେଡ଼ି ରାଲି କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘୋଷଣା କରିଛନ୍ତି । ତେବେ ଦିଲ୍ଲୀରେ ଲକଡାଉନ ଯୋଗୁଁ ଏବେ ଲୋକମାନେ ଘରମୁହାଁ ହୋଇସାରିଛନ୍ତି । ଅନ୍ୟ ରାଜ୍ୟରୁ ବି ଓଡ଼ିଶାକୁ ପ୍ରବାସୀମାନେ ଫେରୁଛନ୍ତି । ଗତବର୍ଷ ବାହାର ରାଜ୍ୟକୁ ନିଜ ରାଜ୍ୟ ଓଡ଼ିଶାକୁ ଫେରିଥିବା ପ୍ରବାସୀଙ୍କ ପାଇଁ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିଥିଲା । ବୋଧହୁଏ ଶ୍ରୀ ଜେନା ଏସଂକ୍ରାନ୍ତରେ କିଛି ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।