ନଦୀକୁ ଖସାଇଲେ ବିଏମଡବ୍ଲ୍ୟୁ : ତା’ପରେ କଣ ହେଲା ଜାଣନ୍ତୁ
ନଦୀକୁ ଖସାଇଲେ ବିଏମଡବ୍ଲ୍ୟୁ : ତା’ପରେ କଣ ହେଲା ଜାଣନ୍ତୁ
admin
Dec 1, 2020 - 07:09
Updated: Dec 1, 2020 - 07:09
ନୂଆଦିଲ୍ଲୀ : ଇନ୍ଷ୍ଟାଗ୍ରାମ୍ରେ ପ୍ରାଙ୍କ୍ ଭିଡିଓ ସେୟାର କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି । ବ୍ୟକ୍ତି ଜଣକ ବିଏମ୍ଡବ୍ଲ୍ୟୁର ଗାଡିକୁ ନଦୀରେ ପକାଇଥିଲେ । ପରିବେଶକୁ କ୍ଷତି ତଥା ସଡକ ସୁରକ୍ଷା ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ଅଭିଯୋଗରେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ସ୍ପେନରେ ଜଣେ ବ୍ୟକ୍ତି ନଦୀକୁ ବିଏମ୍ଡବ୍ଲ୍ୟୁ ଗାଡିକୁ ଖସାଇଥିଲେ । ଅଭିଯୁକ୍ତ ଯୁବକ ଜଣକ ବ୍ରିଟେନ୍ ବାସିନ୍ଦା ବୋଲି ସୂଚନା ରହିଛି । ଯୁବକ ଜଣକ ମାରବେଲା ନଦୀରେ ବିଏମ୍ଡବ୍ଲ୍ୟୁ କାରକୁ ଖସାଇ ଭିଡିଓ ଶୁଟ୍ କରିବା ସହ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିଲେ । ତା’ପରେ କିଛି ସମୟରେ ଏହି ଭିଡିଓକୁ ହଟାଇ ଦେଇଥିଲେ ।
ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ଦେଖି ପୋଲିସ୍ ଯୁବକଙ୍କୁ ତଲାସ କରିଥିଲା । ପୋଲିସ୍ ଯାଞ୍ଚ ପରେ ଯୁବକ ଜଣଙ୍କ ନିକଟରୁ ଦୁଇଟି କାରର ଦସ୍ତାବିଜ୍ ମିଳିଥିଲା । ଯୁବକ ଜଣଙ୍କ ପାଖରେ ଗୋଟିଏ ନମ୍ବରର ଦୁଇଟି କାର୍ ରହିଥିବାର ସୂଚନା ରହିଛି । ତେବେ ପୋଲିସ୍ ନଦୀରୁ ବିଏମ୍ଡବ୍ଲ୍ୟୁ କାର୍କୁ ଉଦ୍ଧାର କରିଛି । ଯୁବକ ଜଣକ ଯେଉଁସ୍ଥାନରେ କାର୍ଟିକୁ ଫୋପାଡିଥିଲେ ତାହା ସ୍ବତନ୍ତ୍ର ସଂରକ୍ଷଣ ଅଞ୍ଚଳ ଭିତରେ ରହିଛି। ଏହା ପରେ ପୋଲିସ ଯୁବକଙ୍କୁ ଗିରଫ କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଜଣେ ୟୁ ଟ୍ୟୁବର ସୋସିଆଲ ମିଡିଆରେ ଲାଇକ ପାଇଁ ନିଜର ଅଡି କାରରେ ନିଆଁ ଲଗାଇ ଦେଇଥିଲେ ।