ବିନା ଭକ୍ତରେ ହେବ ରଥଯାତ୍ରା!

ବିନା ଭକ୍ତରେ ହେବ ରଥଯାତ୍ରା!

ବିନା ଭକ୍ତରେ ହେବ ରଥଯାତ୍ରା!
କରୋନାର ପ୍ରଭାବ ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ବିନା ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପନ୍ନ ହୋଇପାରେ । ଆସନ୍ତା ଏପ୍ରିଲ ୨୬ରେ ଅକ୍ଷୟ ତୃତୀୟା ପଡୁଛି । ମଝିରେ ଆଉ ସମୟ ମାସେ ମଧ୍ୟ ନାହିଁ । ଏହିଦିନ ଠାରୁ ପାରମ୍ପରିକ ରୀତି ମତେ ଶ୍ରୀଜୀଉଙ୍କର ରଥ ନିର୍ମାଣ କାର୍ଯ୍ୟରେ ଶୁଭାରମ୍ଭ ହେବ । ସେତେବେଳକୁ ଯଦି ରାଜ୍ୟ ତଥା ଦେଶରେ କରୋନା ପରିସ୍ଥିତି ସୁଧାର ଆସି ନଥିବ, ତେବେ ପ୍ରଶାସନ ନିରାଡ଼ମ୍ବର ଭାବେ ରଥଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଆଶଙ୍କା ଉପୁଜିଛି । ମିଳିଥିବା ସୂଚନାଅନୁଯାୟୀ, ୩ ରଥ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ଇତି ମଧ୍ୟରେ ୨ ଟ୍ରିପ କାଠ ପୁରୀରେ ପହଞ୍ଚି ଯାଇଛି । ବିଗତ ବସନ୍ତପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ପୂଜା ମଧ୍ୟ ସମ୍ପନ୍ନ ହୋଇଥିବାରୁ ଆଉ କୌଣସି ମତେ ପ୍ରଶାସନ ପକ୍ଷରେ ରଥଯାତ୍ରାକୁ ବନ୍ଦ କରିବା ସହଜସାଧ୍ୟ ହେବନି । ତେବେ ସେତେବେଳେ ପରିସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି କିଭଳି ରଥଯାତ୍ରା କରାଯାଇପାରିବ ସେ ନେଇ ସରକାର ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି । ଏଥର ଜୁନ୍ ୨୩ରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାରେ ପ୍ରତିବର୍ଷ ୮ ରୁ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।