ଲକଡାଉନରେ ମହାଭାରତର ଓଡ଼ିଆ ଅନୁବାଦ କଲେ ୧୨ ବର୍ଷର ବାଳକ

ଲକଡାଉନରେ ମହାଭାରତର ଓଡ଼ିଆ ଅନୁବାଦ କଲେ ୧୨ ବର୍ଷର ବାଳକ

ଲକଡାଉନରେ ମହାଭାରତର ଓଡ଼ିଆ ଅନୁବାଦ କଲେ ୧୨ ବର୍ଷର ବାଳକ
ଯାଜପୁରସଦର: ହିନ୍ଦୀରେ ଲିଖିତ ମହାଭାରତକୁ ଓଡ଼ିଆରେ ଅନୁବାଦ କରି ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ଟାଉନର ଜଣେ ୧୨ ବର୍ଷର ବାଳକ । ଲକଡାଉନ ସମୟରେ ଅଯଥା ସମୟ ନଷ୍ଟ ନ କରି ସେ ଏଭଳି ଅସମ୍ଭବ ମନେ ହେଉଥିବା କାର୍ଯ୍ୟ କରିଛନ୍ତି । ୨୪୦ ପୃଷ୍ଠାର ଅନୁବାଦ କରି ସେ ଓଡ଼ିଆରେ ଲିପିବଦ୍ଧ କରିଛନ୍ତି । ବଡଚଣା ବ୍ଲକ ସିହା ପଞ୍ଚାୟତ ଖରମଙ୍ଗି ଗ୍ରାମର ଚନ୍ଦ୍ରକାନ୍ତ ସାହୁ ଓ ଜୟନ୍ତୀ ସାହୁଙ୍କ ପୁଅ ଉଦୟ କୁମାର ଏହି ଅସାଧ୍ୟ କାର୍ଯ୍ୟ କରିଛନ୍ତି । ସେ ଶ୍ରୀମା ଅରବିନ୍ଦ ନୋଡାଲ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ର ।