୩ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଶଙ୍କା

୩ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଶଙ୍କା

୩ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଶଙ୍କା
ଭୁବନେଶ୍ୱର: ଓଡିଶାର ୩ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଶଙ୍କା। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୨ ଦିନର ବିରତି ପରେ ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି। ସାରା ରାଜ୍ୟରେ ଗତ କିଛିଦିନ ହେବ ଲଗାଣ ବର୍ଷା ଲାଗିହିଥିଲା । ସ୍ଥିତି ଏପରି ହୋଇଥିଲା ଯେ, ଅନେକ ସ୍ଥାନରେ ପାଣି ଜମିରହିଥିଲା । ତେବେ ପୁଣି ଥରେ ବର୍ଷା ଆଲର୍ଟ ମିଳିବା ପରେ ସାଧାରଣ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ।