୫୫ ହଜାର ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ଡେଇଁଲା
୫୫ ହଜାର ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ଡେଇଁଲା
admin
Jul 31, 2020 - 05:05
Updated: Jul 31, 2020 - 05:05
ନୂଆଦିଲ୍ଲୀ : ଦେଶରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୫ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ୫୫୮୩୭ ନୂତନ ଆକ୍ରାନ୍ତକୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ଅତିକ୍ରମ କରିଛି । ତିନି ଦିନ ମଧ୍ୟରେ ୧ ଲକ୍ଷ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିଭଳି ଭାବରେ ଗୁରୁବାର ଦିନ ରେକର୍ଡ ସଂଖ୍ୟକ ୬.୪୨ ଲକ୍ଷ ନମୂନା ମଧ୍ୟ ପରୀକ୍ଷଣ କରାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୭୭୯ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୫ ହଜାର ୭୪୭ରେ ପହଞ୍ଚିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଲକ୍ଷ ୩୮ହଜାର ୮୭୧ ରହିଥିବା ବେଳେ ଏହା ମଧ୍ୟରୁ ୧୦ ଲକ୍ଷ ୫୭ ହଜାରୁ ୮୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୫ ହଜାର ୩୧୮ ରହିଛି ।