ଆଜି ଶ୍ରୀମନ୍ଦିରରେ ଖୋଲିବ ଇ-ହୁଣ୍ଡି
ଆଜି ଶ୍ରୀମନ୍ଦିରରେ ଖୋଲିବ ଇ-ହୁଣ୍ଡି
ପୁରୀ: ଆଜି ଶ୍ରୀମନ୍ଦିରରେ ଖୋଲିବ ଇ-ହୁଣ୍ଡି । ରାଜ୍ୟର ପ୍ରମୁଖ ମନ୍ଦିରଗୁଡିକରେ ଇ-ହୁଣ୍ଡି ବ୍ୟବସ୍ଥା ଲାଗୁ ହୋଇଥିବାବେଳେ ଶ୍ରୀମନ୍ଦିରରେ ଆଜିଠୁ ଲାଗିବ ଇ-ହୁଣ୍ଡି। ସେହିଭଳି ତାରାତାରିଣୀ, କ୍ଷୀରଚୋରା ଗୋପୀନାଥ, ଝଙ୍କଡବାସିନୀ ଶାରଳା ଓ ବଳଦେବଜୀଉଙ୍କ ଭଳି ପ୍ରମୁଖ ପୀଠରେ ଇ-ହୁଣ୍ଡି ବ୍ୟବସ୍ଥା ଲାଗୁ ହେବା ନେଇ ଯୋଜନା ରହିଛି । ଡିଜିଟାଲ ମାଧ୍ୟମରେ ଅର୍ଥ ଦାନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଆଗ୍ରହ ବଢିଛି । ଏବେ କୌଣସି ମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ମନ୍ଦିର ପ୍ରଶାସନ ପାଖକୁ ଯିବାକୁ ପଡୁଛି।
ଅନେକ ସମୟରେ ଟଙ୍କା ଦେଣନେଣ ବେଳେ ଶ୍ରଦ୍ଧାଳୁମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମିଳିତ ସହଯୋଗରେ ଏଭଳି ବ୍ୟବସ୍ଥାକୁ ଲାଗୁ କରାଯାଉଛି। ଅନଲାଇନ ପେମେଣ୍ଟ ପାଇଁ’ଏକ ସ୍ୱତନ୍ତ୍ର ଆକାଉଣ୍ଟ ରଖାଯାଉଛି। ମନ୍ଦିରଗୁଡିକର ପ୍ରଶାସନ କାର୍ୟ୍ୟାଳୟଠାରୁ ଆରମ୍ଭ କରି ମନ୍ଦିର ନିକଟବର୍ତ୍ତୀ ସାଧାରଣଙ୍କ ଚଳପ୍ରଚଳ ଅଞ୍ଚଳରେ କ୍ୟୁଆର୍ କୋଡ ଲଗାଇବାକୁ ଯୋଜନା କରାଯାଇଛି। ଯାହା ଫଳରେ କୌଣସି ଭକ୍ତ ଟଙ୍କାଟିଏ ମଧ୍ୟ ଦାନ କରିବାକୁ ଚାହିଁଲେ ବିନା ସଂଶୟରେ ଦାନ କରିପାରିବ।




admin 