ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା
matric
ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏନେଇ ବୋଡର଼୍ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ । ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ । ସେହିପରି ମାର୍ଚ୍ଚ ୧୨ରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବବୋଲି ଜାଣିବାକୁ ମିଳିଛି । ଅତିକମରେ ଦୁଇ ସପ୍ତାହ ପରୀକ୍ଷା ଖାତା ଦେଖା ହେବ ବୋଲି ସୂଚନା ମିଳିଛି । ପରୀକ୍ଷା ସମ୍ପର୍କରେ ବିସ୍ତୃତ ସୂଚନା ପରେ ଜଣାପଡ଼ିବ । ଚଳିତ ବର୍ଷ ବହୁ ପୂର୍ବରୁ ମାଟ୍ରିକ ପରୀକ୍ଷା ସମ୍ପର୍କରେ ଘୋଷଣା କରାଯାଇଛି । ପୁରୁଣା ଢାଂଚାରେ ପରୀକ୍ଷା କରାଯିବ ବୋଲି ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି ।