ଦୁଇ ଚୀନ୍ ଗୁପ୍ତଚର ଗିରଫ

ଦୁଇ ଚୀନ୍ ଗୁପ୍ତଚର ଗିରଫ

ଦୁଇ ଚୀନ୍ ଗୁପ୍ତଚର ଗିରଫ
ହିମାଚଳ ପ୍ରଦେଶ : ଚୀନର ଗୁପ୍ତଚର ସନେ୍ଦହରେ ଦୁଇ ଜଣଙ୍କୁ ଗିରଫ କରିଛି ହିମାଚଳ ପ୍ରଦେଶ ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଚୀନୀ ମହିଳା ଏବଂ ଜଣେ ତିବ୍ଦତ ପୁରୁଷ ରହିଥିବା ଜଣାପଡିଛି । ଉଭୟ ଏକ ୧୦୦୦ କୋଟିର ହୱାଲା କାରବାରରେ ମଧ୍ୟ ସମ୍ପୃକ୍ତ ରହିଥିଲେ । ଚାର୍ଲି ପେଙ୍ଗ ନାମକ ଜନୈକ ଚୀନ ନାଗରିକଙ୍କୁ ହୱାଲା ଜରିଆରେ ଉକ୍ତ ଅର୍ଥ ପଠାଯାଇଥିବା ଜଣାପଡିଛି । ଏହା ସହିତ ଦୁଇ ଗିରଫ ବ୍ୟକ୍ତି ଧର୍ମଗୁରୁ ଦଲାଇଲାମାଙ୍କ ଉପରେ ନଜର ରଖି ଆସୁଥିଲେ । ଗିରଫ ହୋଇଥିବା ଚୀନୀ ମହିଳାଙ୍କ ନାମ ଲାନ୍ ହୁ । ସେ କାଙ୍ଗ୍ରା ଜିଲ୍ଲାରେ ନିଜର ଦୁଇ ଝିଅଙ୍କ ସହିତ ଅବସ୍ଥାନ କରୁଥିଲେ । ସେହିପରି ଧର୍ମଶାଳାରୁ ଗିରଫ ହୋଇଥିବା ତିବ୍ଦତ ନାଗରିକ ଜଣକ ହେଉଛନ୍ତି ସୋନମ ୱାଙ୍ଗଚୁକ । ସେ ମନ୍ଦି ଜିଲ୍ଲାର ଚଉନ୍ତ୍ରା ସହରରେ ଏକ ସ୍କୁଲରେ କାମ କରନ୍ତି ।