୨୨ ଦିନରେ ଓଡ଼ିଶା ଆସିଲାଣି ୧୦୧ ଶ୍ରମିକ ଟ୍ରେନ

୨୨ ଦିନରେ ଓଡ଼ିଶା ଆସିଲାଣି ୧୦୧ ଶ୍ରମିକ ଟ୍ରେନ

୨୨ ଦିନରେ ଓଡ଼ିଶା ଆସିଲାଣି ୧୦୧ ଶ୍ରମିକ ଟ୍ରେନ
ଭୁବନେଶ୍ୱର: ଲକଡାଉନ ପାଇଁ ସାରା ଦେଶରେ ବିମାନ, ରେଳସେବା ବନ୍ଦ ହୋଇଯିବାରୁ ଦେଶର ବିଭିନ୍ନ ସ୍ଥାନରେ ଫସିଥିବା ଲକ୍ଷ ଲକ୍ଷ ଓଡ଼ିଆ ଓଡ଼ିଶା ଆସି ପାରିନଥିଲେ । ଏହା ପରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମାଧ୍ୟମରେ ଶ୍ରମିକଙ୍କୁ ଅଣାଯାଉଛି । ଏଥିରେ ୨୨ ଦିନରେ ୧୦୧ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଓଡ଼ିଶା ଆସିଛି । ସବୁଠାରୁ ଅଧିକ ଟ୍ରେନ ଗୁଜୁରାଟର ସୁରତରୁ ଆସିଛି । ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମେ ୩ ରୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସୁଛି । ରବିବାର ସର୍ବାଧିକ ୨୪ଟି ଟ୍ରେନ ଆସିଥିବା ବେଳେ ସୋମବାର ୧୪ଟି ଟ୍ରେନ ଆସିବ । ବର୍ତ୍ତମାନ ସୁଦ୍ଧା ଯେତିକି ଟ୍ରେନ ଆସିଛି ସେଥିରୁ ପ୍ରାୟ ଅଧା ଟ୍ରେନ ଅର୍ଥାତ ୪୮ଟି ଟ୍ରେନ ଗୁଜୁରାଟରୁ ଆସିଛି । ତାହା ପୁଣି ସୁରତ ସହରରୁ ଅଧିକ ଟ୍ରେନ ଆସିଛି । ସୁରତରୁ ଆସିଥିବା ଅଧିକାଂଶ ଟ୍ରେନ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନକୁ ଆସିଛି । ସେହିପରି ତେଲେଙ୍ଗାନାରୁ ୧୬, ତାମିଲନାଡୁରୁ ୧୨, ଆନ୍ଧ୍ରପ୍ରଦେଶରୁ ୮, ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୫, କେରଳରୁ ୩ ଏବଂ ନୂଆଦିଲ୍ଲୀରୁ ଗୋଟିଏ ଟ୍ରେନ ଆସିଛି ।