ଅସୁବିଧାରେ ପଡ଼ିଥିବା ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କଲେ ଧର୍ମେନ୍ଦ୍ର

ଅସୁବିଧାରେ ପଡ଼ିଥିବା ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କଲେ ଧର୍ମେନ୍ଦ୍ର

ଅସୁବିଧାରେ ପଡ଼ିଥିବା ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: କେନ୍ଦୁଝରରେ ଫସି ଯାଇଥିବା ବିହାରର ତୀର୍ଥଯାତ୍ରୀଙ୍କୁ ଅସୁବିଧା ସମୟରେ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଥିପାଇଁ ବିହାରର ଉପମୁଖ୍ୟମନ୍ତ୍ରୀ ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିହାର ସମସ୍ତିପୁର ଜିଲ୍ଲାରୁ ତୀର୍ଥଯାତ୍ରୀଙ୍କୁ ନେଇ ଓଡ଼ିଶା ଆସିଥିବା ଏକ ଗାଡ଼ି ବାଟରେ ଖରାପ ହୋଇଯିବାରୁ କେନ୍ଦୁଝରର ଏକ ଜଙ୍ଗଲ ନିକଟରେ ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ଆଶଙ୍କା ଭିତରେ ରହିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ପାଇଲା ପରେ ତୁରନ୍ତ ସହାୟତାର ହାତ ବଢ଼ାଇ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇଥିବାର ବନେ୍ଦାବସ୍ତ କରିଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରି ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଟ୍ୱିଟ କରିଛନ୍ତି ଯେ ଅସୁବିଧା ସମୟରେ ବିହାରବାସୀଙ୍କ ସହାୟତା କରିଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି । ବିହାରବାସୀ ଏହାର ସବୁଦିନ ପାଇଁ ମନେ ରଖିବେ ।