ଜାଣନ୍ତୁ ଗାଡ଼ି ପଛରେ କାହିଁକି ଭୁକେ କୁକୁର

ଜାଣନ୍ତୁ ଗାଡ଼ି ପଛରେ କାହିଁକି ଭୁକେ କୁକୁର

ଜାଣନ୍ତୁ ଗାଡ଼ି ପଛରେ କାହିଁକି ଭୁକେ କୁକୁର
ସାଧାରଣତଃ ଅଚିହ୍ନା ଗଳିରେ ଗାଡ଼ି ପଶିଲେ ସେଠାରେ ଥିବା କୁକୁରମାନେ ହଠାତ୍‌ ଭୁକିବା ଆରମ୍ଭ କରନ୍ତି ଓ କିଛି ଦୂର ପର୍ଯ୍ୟନ୍ତ ଗାଡ଼ି ପଛରେ ଗୋଡ଼ାଇ ଗୋଡ଼ାଇ ଯାଇଥାଆନ୍ତି। ଏହା ପଛର କାରଣ ହୁଏତ ଅନେକଙ୍କୁ ଜଣା ନ ଥିବ। କୁହାଯାଏ କୁକୁରମାନେ ଯେଉଁ ଅଞ୍ଚଳରେ ଥାଆନ୍ତି ସେଠାରେ ଥିବା ଗାଡ଼ର ଟାୟାର ଉପରେ ପରିସ୍ରା କରି ସେମାନେ ନିଜର ଇଲାକା ସ୍ଥିର କରିଥାଆନ୍ତି। ତେଣୁ ଏହି ଗାଡ଼ି ଯଦି ଅନ୍ୟ ଇଲାକାରେ ପ୍ରବେଶ କରେ ତେବେ ସେଠାରେ ଥିବା କୁକୁର ଏହାର ଦୁର୍ଗନ୍ଧ ବାରିପାରି ଭୁକିବା ଆରମ୍ଭ କରନ୍ତି। ଖାଲି ସେତିକି ନୁହେଁ ଏମାନେ ଉକ୍ତ ଇଲାକାରୁ ଗାଡ଼ିଟିକୁ ବାହାର କରି ନିଜ ପରାକ୍ରମର ପରିଚୟ ଦିଅନ୍ତି ବୋଲି ବରିଷ୍ଠ ବ୍ୟକ୍ତିମାନେ ମତ ଦିଅନ୍ତି। କେବେକେବେ ଲକ୍ଷ୍ୟ କଲେ ଦେଖାଯାଏ ଯେ, କୌଣସି ଇଲାକାକୁ ଯଦି ବାହାର ଇଲାକାର କେହି କୁକୁର, ବିରାଡ଼ି ଅବା ଗୋରୁ ପଶି ଆସନ୍ତି ତେବେ ମଧ୍ୟ ସେହି ଅଞ୍ଚଳରେ ଥିବା କୁକରମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଭୁକିବାକୁ ଲାଗନ୍ତି।