ଜାଣୁନାହାନ୍ତି ଗାଡ଼ି ମାଲିକ, ଗଡ଼ୁଛି ଜରିମାନା

ଜାଣୁନାହାନ୍ତି ଗାଡ଼ି ମାଲିକ, ଗଡ଼ୁଛି ଜରିମାନା

ଜାଣୁନାହାନ୍ତି ଗାଡ଼ି ମାଲିକ, ଗଡ଼ୁଛି ଜରିମାନା
ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଜରିମାନା କରାଯାଉଛି ଓ ଚାଲାଣ କଟାଯାଉଛି । ଥାନାସ୍ତରରେ ଯାଞ୍ଚ ବେଳେ ନିୟମ ଉଲ୍ଲଂଘନ କାରୀ ନଗଦ ଅଇର୍ ଦେଇ ଦେଉଛନ୍ତି । ସେହିଭଳି ଟ୍ରାଫିକ ଛକରେ ଟ୍ରାଫିକ ପୁଲିସ ଧରୁଥିବା ଉଲ୍ଲଂଘନକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ନଗଦ ଅର୍ଥ ଦେଉଛନ୍ତି । ବାକି ଚାଲାଣ ନେଇ ଯାଉଛନ୍ତି ଓ ପରେ ପୁଲିସ ସେବା ଭବନରେ ପଇଠ କରୁଛନ୍ତି । କିନ୍ତୁ କ୍ୟାମେରାରେ ଚିହ୍ନଟ ଉଲ୍ଲଂଘନକାରୀଙ୍କଠାରୁ ନଗଦ ଟଙ୍କା ଆଦାୟ ହୋଇପାରି ନାହିଁ । ସେମାନଙ୍କୁ ଅନଲାଇନରେ କିମ୍ବା ପୁଲିସ ସେବା ଭବନରେ ଜରିମାନା ପଇଠ କରିବାକୁ ପଡେ଼ । ସୂଚନା ମୁତାବକ ପ୍ରତ୍ୟେକ ଦିନ କ୍ୟାମେରା ଜରିଆରେ ପାଖାପାଖି ଶହେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଚାଲାଣ କଟିଯାଉଛି । ମାତ୍ର ପୁଲିସ ସେବା ଭବନ ପରିସରରେ ଥିବା ଟ୍ରାଫିକ ଜରିମାନା ଜମା କାଉଣ୍ଟରରେ ହାରାହାରି ୭୦ ପ୍ରତିଶତ ଜରିମାନା ଅର୍ଥ ଜମା ହେଉଛି । ବାକି ଜରିମାନା ଗଡୁଛି । ବହୁ କ୍ଷେତ୍ରରେ ଗାଡ଼ି ମାଲିକ ଚାଲାଣ ବାବଦରେ ଜାଣିପାରୁନାହାନ୍ତି । ନିକଟରେ ରାଜମହଲ ଛକରେ ରଙ୍ଗରୁଟରେ ଆସୁଥିବା ଜଣେ ଚାଳକ ଧରାପଡ଼ିବା ପରେ ସମ୍ପୃକ୍ତ ଗାଡ଼ି ନାମରେଆଗରୁ ୫ଟି ଚାଲାଣ ବାକି ପଡିଥିବା ଜଣାପଡ଼ିଥିଲା । ଏ ନେଇ ଅବଗତ ନଥିବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏକାଥରକେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ପଇଠ କରିବାକୁ ହେଲା । ପରେ ଜଣାପଡ଼ିଥିଲା କି ଗାଡ଼ି ପଞ୍ଜୀକରଣ ବେଳେ ସେ ଦେଇଥିବା ମୋବାଇଲ ନମ୍ବର ପରେ ବଦଳାଇ ଦେଇଥିବାରୁ ଚାଲାଣ ବାବଦରେ ଜାଣି ପାରିନଥିଲେ ।