ଶବକୁ ବିବାହ କଲେ ପ୍ରେମିକ

ଶବକୁ ବିବାହ କଲେ ପ୍ରେମିକ

ଶବକୁ ବିବାହ କଲେ ପ୍ରେମିକ
ଚୀନର ୩୫ ବର୍ଷୀୟ ଜୁ ସିନାନ ନିଜ ମୃତ ଭାବୀ ପତ୍ନୀ ୟଙ୍ଗ ଲିଉଙ୍କ ୧୨ ବର୍ଷର ଇଚ୍ଛା ପୂରଣ କରିଛନ୍ତି । ଡାଲିଆନ୍ ସହରରେ ସେ ଏକ ଭବ୍ୟ ବିବାହ ଉତ୍ସବ ଆୟୋଜନ କରି ମୃତ ୟଙ୍ଗଙ୍କୁ ବିବାହ କରିଛନ୍ତି । ୩୪ ବର୍ଷୀୟ ୟଙ୍ଗ ଧଳା ରଙ୍ଗର ୱେଡିଂ ଗାଉନ୍ ପିନ୍ଧି କବରରେ ଶୋଇଥିଲେ । ତାଙ୍କ ଚାରିପାଖେ ୧୬୯ ଗୋଲାପି ରଙ୍ଗର ଫୁଲ ଗୁଚ୍ଛ ଥିଲା । ଉପସ୍ଥିତ ଅତିଥିମାନେ ସିନାନ ଓ ୟଙ୍ଗଙ୍କ ପ୍ରେମ ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ । ସିନାନ ପ୍ରଥମ ଥର ୨୦୦୭ ରେ ୟଙ୍ଗଙ୍କୁ ଏକ ବିଶ୍ୱ ବିଦ୍ୟାଳୟରେ ଭେଟିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୁହେଁ ଶିକ୍ଷା ଶେଷ କରି ୨୦୧୩ ରେ ବିବାହ ପାଇଁ କୋର୍ଟରେ ଆବେଦନ କଲେ । ତିନି ମାସ ପରେ ଉଭୟଙ୍କୁ ଅନୁମତି ମିଳିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ୟଙ୍ଗ ସ୍ତନ କର୍କଟରେ ପୀଡ଼ିତ ବୋଲି ଜଣାପଡ଼ିଲା । କିଛି ବର୍ଷ ଚିକିିତ୍ସା ପରେ ସେ ସୁସ୍ଥ ହେଲେ । ଏହା ପରେ ଉଭୟ ବିବାହ ପାଇଁ ସ୍ୱପ୍ନ ସଜାଇଲେ । କିନ୍ତୁ ପୁଣି ଥରେ ୟଙ୍ଗ କର୍କଟ ରୋଗରେ ଆକ୍ରାନ୍ତ ହେଲେ । ପ୍ରାୟ ସାଢେ଼ ପାଞ୍ଚ ବର୍ଷ ଚିକିତ୍ସା ସତ୍ତ୍ୱେ ଚଳିତ ମାସ ସେ କୋମା ଅବସ୍ଥାକୁ ଚାଲିଗଲେ । ସେ ସିନାନଙ୍କୁ ଚିହ୍ନି ନ ପାରିଲେ ମଧ୍ୟ ସିନାନ ଶେଷ ପର୍ଯ୍ୟନ୍ତ ତାଙ୍କ ପାଖେ ପାଖେ ଥିଲେ । ଶେଷରେ ୟଙ୍ଗ ଜୀବନ ଯୁଦ୍ଧରେ ହାରିଗଲେ । ମୃତୁ୍ୟରୁ ସପ୍ତାହ ପରେ ସିନାନ ୟଙ୍ଗଙ୍କ ମୃତ ଶରୀର ସହ ବିବାହ କରିଛନ୍ତି । ଉଭୟଙ୍କ ଏହି ମର୍ମସ୍ପର୍ଶୀ ପ୍ରେମ କାହାଣୀ ଟିଭିରେ ପ୍ରଦର୍ଶିତ ହେବା ସହିତ ସୋସିଆଲ ସାଇଟାରେ ଛଡ଼ାଯାଇଛି ।