ହାତଧୁଆ ପାଲଟିଲାଣି ମାନସିକ ରୋଗ !
ହାତଧୁଆ ପାଲଟିଲାଣି ମାନସିକ ରୋଗ !
ଭୁବନେଶ୍ୱର : କରୋନାରୁ ରକ୍ଷା ପାଇବାକୁ ହେଲେ ବାରମ୍ବାର ହାତ ଧୁଅନ୍ତୁ। ଘରେ, ବାହାରେ, ଫୋନରେ ଏବଂ ଟେଲିଭିଜନ୍ ଓ ଖବରକାଗଜରେ ବିଜ୍ଞାପନ ଦେଇ ହାତ ଧୋଇବାକୁ ଏତେ କୁହାଗଲା ଯେ ବର୍ତ୍ତମାନ କେତେକଙ୍କ କ୍ଷେତ୍ରରେ ହାତଧୁଆ ଏକ ମାନସିକ ରୋଗରେ ପରିଣିତ ହୋଇଛି । ଚିନ୍ତାର ବିଷୟ ହେଲା ଏଭଳି ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିବା ଜଣାପଡ଼ିଛି । ୫ ବର୍ଷର ଶିଶୁଠୁ ନେଇ ବୟସ୍କ ପର୍ୟ୍ୟନ୍ତ ଏଭଳି ରୋଗୀ ନିୟମିତ ଏମ୍ସ ମନସ୍ତତ୍ୱ ବିଭାଗକୁ ଆସୁଛନ୍ତି ।ଏମ୍ସ ମନସ୍ତତ୍ୱ ବିଭାଗ ବିଶେଷଜ୍ଞ ଡ.ଦେବଦତ୍ତା ମହାପାତ୍ର କହିଛନ୍ତି, ଜଣେ ବ୍ୟକ୍ତି ବାରମ୍ବାର ହାତ, ଗୋଡ଼ କିମ୍ବା ଘର ଧୋଇବା ଏକ ମାନସିକ ରୋଗ । କୋଭିଡ ସମୟରେ ଲୋକଙ୍କୁ ହାତ ଧୋଇବାକୁ ଏଭଳି ଧୋଇବାକୁ କୁହାଗଲା ଯେ ଏହା ଲୋକଙ୍କ ହାତ ଧୋଇବା ଅଭ୍ୟାସକୁ ବଢ଼ାଇଦେଲା । ଏବେ ୫ ବର୍ଷର ପିଲାମାନେ ବି ଏବେ ଏଭଳି ଲକ୍ଷଣ ନେଇ ଆସୁଛନ୍ତି । ଏପରିକି ସେମାନଙ୍କ ମନରେ ବସା ବାନ୍ଧିଛି, କୌଣସି ସ୍ଥାନରେ କିଛି ଛୁଇଁ ଦେଲେ ମଧ୍ୟ କରୋନା ହୋଇଯିବ । ପୂର୍ବରୁ ଏହି ଲକ୍ଷଣ ଥିବା ବ୍ୟକ୍ତିଙ୍କ ରୋଗ ଜଟିଳ ହୋଇଛି । କିନ୍ତୁ ଯେଉଁମାନଙ୍କର ଆଦୌ ଏଭଳି ଲକ୍ଷଣ ନଥିଲା, ସେମାନଙ୍କ କ୍ଷେତ୍ରରେ ବି ଏହା ବଢିଛି । କରୋନାରେ ପୀଡ଼ିତ ବ୍ୟକ୍ତି ଏକୁଟିଆ ରହିବା ପରେ ଏହି ହାତଧୁଆ ଲକ୍ଷଣ ଦେଖା ଦେଉଛି ବୋଲି ଡା.ମହାପାତ୍ର କହିଛନ୍ତି ।




admin 