44 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ 3 ଗିରଫ

44 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ 3 ଗିରଫ

ଶ୍ରୀକ୍ଷେତ୍ର ଏବେ ନିଶା ବେପାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି | ପୋଲିସ ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ ସହର ଭାବେ ଗଢି ତୋଳିବାକୁ ନେଇଥିବା ଅଭିଯାନ ଫେଲ ମାରିଛି | ବାସେଳୀ ସାହି ଥାନା ପୋଲିସ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳାଙ୍କ ସମେତ 3 ଜଣ ନିଶା ବେପାରୀଙ୍କୁ ଗିରଫ କରିଛି | ସେମାନଙ୍କ ଠାରୁ ପ୍ରାୟ 44 ଲକ୍ଷ ଟଙ୍କାର 404 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି | ଶ୍ରୀସେତୁ ନିକଟରେ ଗାଡି ମୋଟର ଯାଞ୍ଚ ସମୟରେ ଏକ ବ୍ରାଉନ ସୁଗାର ପ୍ୟାକେଟ 490 ଟଙ୍କା, 5 ଟି ମୋବାଇଲ, ଗୋଟେ ବୁଲେଟ ଗାଡି, ଓଜନ ମେସିନ, ଲାପଟପ ସହ ଗୋଟେ ଟାବଲେଟ ପୋଲିସ ଜବତ କରିବା ସହ ରାଜା ପଣ୍ଡା,, ଦୁର୍ଗା ପଣ୍ଡା ଓ ଝରଣା ବେହେରାଙ୍କୁ ଗିରଫ କରିଥିବା ପୁରୀ ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି |