ଖୋଲିବ ମେଡିକାଲ କଲେଜ , ଜାଣନ୍ତୁ କେବେ

ଖୋଲିବ ମେଡିକାଲ କଲେଜ , ଜାଣନ୍ତୁ କେବେ

ଖୋଲିବ ମେଡିକାଲ କଲେଜ , ଜାଣନ୍ତୁ କେବେ
ଭୁବନେଶ୍ୱର : କରୋନା ସଙ୍କଟ କାରଣରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ମେଡିକାଲ କଲେଜକୁ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରାରମ୍ଭିକ ଭାବରେ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ଗାଇଡ ଲାଇନ ମାନି ମେଡିକାଲ କଲେଜ ଗୁଡିକୁ ଖୋଲିବା ପାଇଁ ସମସ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ପକ୍ଷରୁ ସମସ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦିଆଯାଇଛି । କରୋନା ଗାଇଡ ଲାଇନ ମାନି ଏସଓପିର ପାଳନ କରିବା ପାଇଁ ଚିଠିରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।