ସଂକ୍ରମଣକୁ ବଢ଼ୁଥିବା ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ଓ ଗର୍ଭବତୀ ସରକାରୀ କର୍ମଚାରୀ ଅଫିସ ଆସିବା ମନା
ସଂକ୍ରମଣକୁ ବଢ଼ୁଥିବା ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ଓ ଗର୍ଭବତୀ ସରକାରୀ କର୍ମଚାରୀ ଅଫିସ ଆସିବା ମନା
admin
May 1, 2021 - 08:07
Updated: May 1, 2021 - 08:07
ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ଓ ଗର୍ଭବତୀ ସରକାରୀ କର୍ମଚାରୀମାନଙ୍କୁ ଆସନ୍ତା ମେ ମାସ ୩୧ ପର୍ଯ୍ୟନ୍ତ ଅଫିସ ଆସିବାକୁ ବାରଣ କରାଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସାନି ନିଦେ୍ର୍ଧଶନାମା ଜାରି କରାଯାଇଛି । ନିଦେ୍ର୍ଧଶନାମାରେ ଉଲ୍ଲେଖ କରାଯାଇଛି, ଏହି କର୍ମଚାରୀମାନେ ନିଜ ଘରୁ ଅଫିସ କାମ କରିପାରିବେ । ଯଦି କାହାରିକୁ ଅଫିସ ଆସିବା ନିହାତି ଆବଶ୍ୟକ ପଡେ଼, ତା ହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ପୂର୍ବରୁ ସୂଚିତ କରାଯିବ । କିନ୍ତୁ ଟେଲିଫୋନ ମାଧ୍ୟମରେ ଏହି କର୍ମଚାରୀମାନଙ୍କ ସହିତ ସର୍ବଦା ଯୋଗାଯୋଗ ରହିପାରିବ ବୋଲି ନିଦେ୍ର୍ଧଶ ଦିଆଯାଇଛି । ପ୍ରକାଶ ଥାଉକି, ଗତକାଲି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରି କେତେ କର୍ମଚାରୀଙ୍କୁ ନେଇ ବିଭାଗ ଚାଲିବ ସେ ନିଷ୍ପତ୍ତି ନେବାର ଅଧିକାର ବିଭାଗୀୟ ମୁଖ୍ୟମାନଙ୍କୁ ପ୍ରଦାନ କରିଥିଲା ।