ଫୋକସରେ ଭଦ୍ରକ ଲୋକସଭା କ୍ଷେତ୍ର
ଫୋକସରେ ଭଦ୍ରକ ଲୋକସଭା କ୍ଷେତ୍ର
admin
Mar 18, 2019 - 07:14
Updated: Mar 18, 2019 - 07:14
ଭଦ୍ରକ : ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ । ବାଲେଶ୍ୱର ଜିଲ୍ଲାର ସୋର ଓ ସିମୁଳିଆ ବିଧାନସଭା କ୍ଷେତ୍ର ଓ ଭଦ୍ରକ ଜିଲ୍ଲା ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ବାସୁଦେବପୁର ବିଧାନସଭା କ୍ଷେତ୍ରକୁ ନେଇ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିଛି ଏହି ଆସନ । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡିର ବରିଷ୍ଠ ନେତା ଅଜ୍ଜୁର୍ନ ଚରଣ ସେଠୀ ସାଂସଦ ଭାବେ ବିଜୟୀ ହୋଇ ଆସୁଛନ୍ତି । ୨୦୧୪ ନିର୍ବାଚନରେ ଅଜ୍ଜୁନ ୫ ଲକ୍ଷ ୨ ହଜାର ୩୩୮ ଖଣ୍ଡ ଭୋଟ ପାଇଥିବା ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ ଜେନା ୩ ଲକ୍ଷ ୨୨ ହଜାର ୯୭୯ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ଶରତ ଦାସ ୨ ଲକ୍ଷ ୧୬ ହଜାର ୬୧୭ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
ଚଳିତ ୨୦୧୯ ନିର୍ବାଚନରେ ଅର୍ଜ୍ଜୁନ ସେଠୀ ବୟସ ଓ ସ୍ୱାସ୍ଥ୍ୟଗତ କାରଣ ପାଇଁ ହୁଏତ ନିର୍ବାଚନରେ ଆଉ ପ୍ରାର୍ଥୀ ହୋଇପାରନ୍ତି । ଏକଥା ଚର୍ଚ୍ଚା ହୋଉଥିବା ବେଳେ ଅର୍ଜ୍ଜୁନ ନିଜ ପୁତ୍ର ଅଭିମନ୍ୟୁ ସେଠୀଙ୍କୁ ନିର୍ବାଚନ ମଇଦାନକୁ ଆଣିବା ପାଇଁ ହାଇକମାଣ୍ଡଙ୍କ ନିକଟରେ ନିଜର ମତ ରଖିଛନ୍ତି । ଏଥର ବିଜେଡି ଦଳରେ ଭଦ୍ରକ ଲୋକସଭା ପ୍ରାର୍ଥୀପାଇଁ ଅଭିମନ୍ୟୁ ସେଠୀ , ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ, ପଶ୍ଚିମବଙ୍ଗର ଜିଏସଟି କମିସନର ଚାକିରିରୁ ଅବସର ନେଇଥିବା ବିଜୟ ମଲ୍ଲିକଙ୍କ ନାମ ଚର୍ଚ୍ଚାରେ ରହିଛି କଂଗ୍ରେସ ଦଳରୁ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ନାମ ଚର୍ଚ୍ଚା ହୋଉଥିବା ବେଳେ ବିଜେପିର ଶରତ ଦାସ ନେଇ ଚର୍ଚ୍ଚା ହେଉଛି ।