ବିଜେପି ନେତାଙ୍କ ବୟାନ : ୨୪ ଘଣ୍ଟାରେ କମଳନାଥ ସରକାର ଭାଙ୍ଗିପାରିବୁ

ବିଜେପି ନେତାଙ୍କ ବୟାନ : ୨୪ ଘଣ୍ଟାରେ କମଳନାଥ ସରକାର ଭାଙ୍ଗିପାରିବୁ

ବିଜେପି ନେତାଙ୍କ ବୟାନ : ୨୪ ଘଣ୍ଟାରେ କମଳନାଥ ସରକାର ଭାଙ୍ଗିପାରିବୁ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭାରେ ଅପରାଧୀ ଦଳ ନେତା ଗୋପାଳ ଭାର୍ଗବ ବିସ୍ଫୋରକ ବୟାନ ରଖିଛନ୍ତି । ଭାର୍ଗବ କହିଛନ୍ତି ମଧ୍ୟପ୍ରଦେଶର କମଳନାଥ ସରକାର ମାତ୍ର ୨୪ ଘଣ୍ଟାରେ ଭାଙ୍ଗିଯିବ । କେବଳ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସଙ୍କେତ ମିଳିବା ଦରକାର ବୋଲି ବିଜେପିର ବରିଷ୍ଠ ନେତା ଭାର୍ଗବଙ୍କ ବୟାନ ତୁମ୍ବି ତୋଫାନ ସୃଷ୍ଟି କରିଛି । ପୂର୍ବରୁ ମଧ୍ୟ ସେ କହିଥିଲେ ଯେ କମଳନାଥ ସରକାର କେବଳ ୭ ମାସ ପାଇଁ କ୍ଷମତାରେ ରହିବ ଏବଂ ତାହା ହିଁ ଯଥେଷ୍ଟ । ଭାର୍ଗବଙ୍କ ଏଭଳି ଦାବିରେ ପ୍ରତିକ୍ରିୟା ପ୍ରକାଶ କରି କମଳନାଥ କହିଛନ୍ତି ସେମିତି କିଛି ହେବ ନାହିଁ । କାରଣ ବିଜେପିର ନମ୍ବର ୧ ଏବଂ ନମ୍ବର ୨ ଖୁବ ଚତୁର । କମଳନାଥ କହିଛନ୍ତି ମଧ୍ୟପ୍ରଦେଶର ଥିବା କଂଗ୍ରେସ ବିଧାୟକମାନେ ବିକ୍ରି ପାଇଁ ନୁହଁନ୍ତି । ବିଜେପି ଯେତେବେଳେ ଚାହିଁବ ସେତେବେଳେ ଆସ୍ଥାଭୋଟ ପାଇଁ ପ୍ରସ୍ତୁତ ଅଛୁ ବୋଲି କମଳନାଥ କହିଛନ୍ତି । ନିକଟରେ କଂଗ୍ରେସ ନେତା ଦିଗବିଜୟ ସିଂହ କହିଥିଲେ ବିଜେପି ବିମୁଦ୍ରୀକରଣ ଟଙ୍କାରେ ବିଧାୟକଙ୍କୁ କିଣୁଛି ।