ମଧ୍ୟାହ୍ନରେ ରାଜପଥରେ ହେବ ଟ୍ରାକ୍ଟର ରାଲି

ମଧ୍ୟାହ୍ନରେ ରାଜପଥରେ ହେବ ଟ୍ରାକ୍ଟର ରାଲି

ମଧ୍ୟାହ୍ନରେ ରାଜପଥରେ ହେବ ଟ୍ରାକ୍ଟର ରାଲି
ନୂଆଦିଲ୍ଲୀ : ଗୋଟିଏ ପଟେ ସାରା ଦେଶରେ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଥିବାବେଳେ ଅପରପକ୍ଷରେ ନୂଆ ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବା ପାଇଁ ସଜବାଜ ହେଉଛନ୍ତି । ଚାଷୀମାନେ ଚାଲିଚାଲି ଦିଲ୍ଲୀ ଭିତରକୁ ପ୍ରବେଶ କରୁଛନ୍ତି । ଦିଲ୍ଲୀ ଓ ହରିୟାଣା ମଧ୍ୟରେ ଥିବା ସିଂଘୁ ବଡର଼୍ରରେ ଚାଷୀମାନେ ହଜାର ହଜାର ସଂଖ୍ୟାରେ ଏକତ୍ର ହୋଇ ନାରାବାଜି କରୁଥିବା ଦେଖିବାକୁ ମିଳିଛି । ପ୍ରାୟତଃ ୫ ହଜାର ଚାଷୀ ଠୁଳ ହୋଇସାରିଲେଣି । ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ପରେ ରାଜପଥରେ ଚାଷୀମାନେ ଟ୍ରାକ୍ଟର ରାଲି କରିବେ । ସେହିପରି ଟିକ୍ରି ସୀମାରେ ହଜାର ହଜାର ଚାଷୀ ଏକତ୍ର ହୋଇସାରିଛନ୍ତି । ଜାତୀୟ ପତାକା ଧରି ଚାଷୀମାନେ ଟ୍ରାକ୍ଟରରେ ଆସୁଛନ୍ତି । ମଧ୍ୟାହ୍ନ ୧୨ଟାରେ କିଷାନ ପ୍ୟାରେଡ଼ ହେବବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ବିକ୍ଷୋଭକାରୀମାନେ ଶାନ୍ତିର ସହ ପ୍ରତିବାଦ କରିବେ ବୋଲି ଚାଷୀ ନେତାମାନେ ସୂଚନା ପ୍ରଦାନ କରିଛନ୍ତି । ଗତକାଲି ଦିଲ୍ଲୀ ପୁଲିସ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେଇଛି ।