ମହୁମାଛୀ ଆକ୍ରମଣରେ ଜଣେ ମୃତ, ଦୁଇ ଆହତ ।

ମହୁମାଛୀ ଆକ୍ରମଣରେ ଜଣେ ମୃତ, ଦୁଇ ଆହତ ।

ମହୁମାଛୀ ଆକ୍ରମଣରେ ଜଣେ ମୃତ, ଦୁଇ ଆହତ ।
ମହୁ ସଂଗ୍ରହ କରିବା ସମୟରେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ମାଙ୍କଡପଡା ପଞ୍ଚାୟତ ଚେମଚଟା ଗ୍ରାମରେ । ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଚେମଚଟା ଗ୍ରାମରେ ୭ ଜଣ ମହୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ମହୁଫେଣା ନିକଟରେ ପହଞ୍ଚିବା ପରେ ସନିଆ ଭକ୍ତା ଏବଂ ତାଙ୍କର ଅନ୍ୟ ଦୁଇ ସାଥୀ ରନ କଟୁଆଳ ଏବଂ ଆକାଶ ନାଏକ ମହୁ ସଂଗ୍ରହ କରିବା ନିମନ୍ତେ ଗଛ ଉପରକୁ ଚଢିଥିଲେ । ସେହି ସମୟରେ ମହୁଫେଣାରେ ଥିବା ମହୁମାଛି ଉଡିବା ସହିତ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣରେ ସନିଆ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ସାଥୀ ରନ ଏବଂ ଆକାଶ ଆହତ ହୋଇଛନ୍ତି । ସନିଆକୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ କିଛି ସମୟ ଚିକିତ୍ସିତ ହେବା ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସାଙ୍ଗରେ ଯାଇଥିବା ଅନ୍ୟ ୪ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।