ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ

ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ

ବ୍ଲାକ୍‌ ଫଙ୍ଗସ: କାରଣ, ନିରାକରଣ ଓ ଲକ୍ଷଣ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଚିନ୍ତା ବଢ଼ାଇଛି ବ୍ଲାକ୍ ଫଙ୍ଗସ । କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି ।  ସାରା ଦେଶରେ ଏଯାବତ୍ ଏହା ୧୨୬ ଜଣଙ୍କ ଜୀବନ ମଧ୍ୟ ନେଇ ସାରିଲାଣି। ତେଣୁ ଲୋକେ ଭୟଭୀତ ହୋଇଯାଇଥିବା ବେଳେ ଏହି ରୋଗର କାରଣ ବିଷୟରେ କହିବା ସହିତ ଏହାର ନିରାକରଣ ନେଇ ପରାମର୍ଶ ଦେଇଛନ୍ତି ଦେଶର ଦୁଇ ବିଖ୍ୟାତ ଡାକ୍ତର- ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଓ ମେଦାନ୍ତ ଅଧ୍ୟକ୍ଷ ନରେଶ ତ୍ରେହାନ ।

କାରଣ

ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ୍‌ ମ୍ୟୁକରମାଇକୋସିସ୍ ବଢ଼ାଉଛି । କୋଭିଡ୍‌ ଚିକିତ୍ସା ବେଳେ ଅତ୍ୟଧିକ ଷ୍ଟିରଏଡ୍‌ର ପ୍ରୟୋଗ ବ୍ଲଡ ସୁଗାର ସ୍ତର ବଢ଼ାଉଛି । ଆଉ ବ୍ଲଡ୍‌ ସୁଗାର ସ୍ତର ଅତ୍ୟଧିକ ରହିଲେ ମ୍ୟୁକରମାଇକୋସିସ୍ ହେବାର ସମ୍ଭାବନା ବେଶି ରହିଛି ।

ନିରାକରଣ ପାଇଁ ୩ ସୂତ୍ରୀ ମନ୍ତ୍ର

  • ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣରେ ରଖିବା ସବୁଠାରୁ ଜରୁରୀ
  • ଷ୍ଟିରଏଡ ନେଉଥିଲେ ନିୟମିତ ବ୍ଲଡ୍‌ ସୁଗାର ପରୀକ୍ଷା କରିବା ଜରୁରୀ
  • କେବେ ଷ୍ଟିରଏଡ ଦିଆଯିବ ଓ କେତେ ପରିମାଣର ନେବେ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ବ୍ଲାକ ଫଙ୍ଗସର ପ୍ରାଥମିକ ଲକ୍ଷଣ

  • ନାକ ପୋଡ଼ିବା ବା ନାକ ଜାମ୍ ହେବା
  • ପାଟି ଭିତରେ ଫଙ୍ଗସ ଦେଖାଯିବା ଓ ଆଖିପତା ଫୁଲିବା
  • ଏମିତି ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ଉଚିତ