କୋର୍ଟରେ ନିଜେ ଲଢିଲେ ବିଧାୟକ

କୋର୍ଟରେ ନିଜେ ଲଢିଲେ ବିଧାୟକ

କୋର୍ଟରେ ନିଜେ ଲଢିଲେ  ବିଧାୟକ
ଭୁବନେଶ୍ୱର: ଓକିଲଙ୍କ ଆନେ୍ଦାଳନ ଯୋଗୁଁ କୋର୍ଟରେ ନିଜ ପାଇଁ ନିଜେ ଲଢିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର । ଭୁବନେଶ୍ୱର ସ୍ପେଶାଲ ଏଡିଜେ କୋର୍ଟରେ ବିଧାୟକ ଶ୍ରୀ ମେହେର ନିଜ ପାଇଁ ଲଢିଛନ୍ତି । ଓକିଲଙ୍କ ଆନେ୍ଦାଳନ ଯୋଗୁଁ ନିଜ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି ଶ୍ରୀ ମେହେରା । ନିଜ ଜାମିନ ଆବେଦନ ନେଇ ଶ୍ରୀ ମେହେର ଯୁକ୍ତି ସ୍ଥାପନ କରିଛନ୍ତି । ପ୍ରତିପକ୍ଷ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ପତ୍ନୀ ମଧ୍ୟ କୋର୍ଟରେ ନିଜ ପକ୍ଷ ରଖିଛନ୍ତି । ଉଭୟ ପକ୍ଷର ଶୁଣାଣି ଶେଷ ହୋଇଥିବାବେଳେ କୋର୍ଟ ନିଷ୍ପତ୍ତି ଜଣାଇନାହାନ୍ତି । ପ୍ରକାଶ ଯେ, ଜଣେ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାରେ ଆଜି ବିଧାୟକ ଶ୍ରୀ ମେହେର ଭୁବନେଶ୍ୱରସ୍ଥ ସ୍ପେଶାଲ ଏଡିଜେ କୋର୍ଟରେ ହାଜର ହୋଇଥିଲେ । ଆଜି କୋର୍ଟରେ ତାଙ୍କର ଜାମିନ ଆବେଦନର ଶୁଣାଣି ହେବାର ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ଓକିଲଙ୍କ ଆନେ୍ଦାଳନ ଯୋଗୁଁ ଗତ ୨୦ ତାରିଖରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ଆଜି ବିଧାୟକ ଶ୍ରୀ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିବ କି ନାହିଁ ନେଇ ତାକୁ ନେଇ ସନେ୍ଦହ ସୃଷ୍ଟି ହୋଇଥିଲା ।