ପୁଣି ରାଜ୍ୟ କଂଗ୍ରେସକୁ ଡେଇଁଲା ପୁରୁଣା ରୋଗ : ମୋକିମଙ୍କ ପାଇଁ ବାପି ସର୍ଖେଲଙ୍କ ମେଳି

ପୁଣି ରାଜ୍ୟ କଂଗ୍ରେସକୁ ଡେଇଁଲା ପୁରୁଣା ରୋଗ : ମୋକିମଙ୍କ ପାଇଁ ବାପି ସର୍ଖେଲଙ୍କ ମେଳି

ପୁଣି ରାଜ୍ୟ କଂଗ୍ରେସକୁ ଡେଇଁଲା ପୁରୁଣା ରୋଗ : ମୋକିମଙ୍କ ପାଇଁ ବାପି ସର୍ଖେଲଙ୍କ ମେଳି
ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ସତରେ ପରିଣତ ହୋଇଛି । ପିସିସି ସଭାପତି ନରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ କଂଗ୍ରେସର କେତେକ ବିଦ୍ରୋହୀ ନେତା ଯୋଜନା କରିଛନ୍ତି । ଏନେଇ ଆମେ ମଧ୍ୟ ଆକଳନ କରିଥିଲୁ । ସଦ୍ୟତମ ସୂଚନା ଅନୁଯାୟୀ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ କେତେକ କଂଗ୍ରେସ ନେତା ମେଳି ବାନ୍ଧିଛନ୍ତି । କଂଗ୍ରେସ ନେତା ବାପି ସର୍ଖେଲଙ୍କ ଆବାହକତ୍ୱ ଓ ମୋକିମଙ୍କ ପ୍ରଚ୍ଛନ୍ନ ସହଯୋଗରେ ନିରଞ୍ଜନ ବିଦ୍ରୋହୀମାନଙ୍କୁ ଏକାଠି କରାଯାଇଛି । ଦୀପାବଳି ପରେ ନିରଞ୍ଜନ ପିସିସି ପୁନର୍ଗଠନ କରିବେ ବୋଲି ଯୋଜନା କରିଥିବାବେଳେ ଏହାକୁ ପଣ୍ଡ କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଯାଇଛି । ନଭେମ୍ବର ପ୍ରଥମ ସପ୍ତାହରୁ ହିଁ କଂଗ୍ରେସ ନେତାଙ୍କ ଦିଲ୍ଲୀ ଦୌଡ଼ ଆରମ୍ଭ ହେବ ବୋଲି ସଂକେତ ମଧ୍ୟ ମିଳିଛି । ପୁଣି ରାଜ୍ୟ କଂଗ୍ରେସକୁ ଡେଇଁଲା ପୁରୁଣା ରୋଗ । ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ମେଳି ବାନ୍ଧିଛନ୍ତି ନେତା । ଏନେଇ କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାନ୍ଥ ନିବାସରେ ଅନୁଷ୍ଠିତ ଉକ୍ତ ବୈଠକରେ ବହୁ ନେତା ଏକାଠି ହୋଇଥିଲେ । ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ପଦରୁ ହଟାଇ ତାଙ୍କ ସ୍ଥାନରେ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ନିଯୁକ୍ତ କରିବାକୁ ଦାବି କରାଯାଇଥିଲା । କାରଣ ନିରଞ୍ଜନ ପଟ୍ଟନାୟକ ଦଳକୁ ସଠିକ ନେତୃତ୍ୱ ଦେଇପାରୁନଥିବା ନେତାମାନେ ଅଭିଯୋଗ କରିଛନ୍ତି । ଏନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।