ମନମୋହନ ସିଂହ ଏଥର ନିର୍ବାଚନ ଲଢିବେ ନାହିଁ

ମନମୋହନ ସିଂହ ଏଥର ନିର୍ବାଚନ ଲଢିବେ ନାହିଁ

ମନମୋହନ ସିଂହ ଏଥର  ନିର୍ବାଚନ ଲଢିବେ ନାହିଁ
ନୂଆଦିଲ୍ଲୀ: ଦେଶର ଦୁଇ ଦୁଇ ଥର ହୋଇଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଥର ନିର୍ବାଚନ ଲଢିବେ ନାହିଁ । ସ୍ୱାସ୍ଥ୍ୟଗତ କାରଣ ଓ ଅଧିକ ବୟସାଧିକ ଯୋଗୁଁ ସେ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଦଳର ହାଇକମାଣ୍ଡକୁ ଜଣାଇ ଦେଇଛନ୍ତି । କିନ୍ତୁ ପଞ୍ଜାବର ସବୁ ଠାରୁ ଚର୍ଚ୍ଚିତ ଓ ହାଇପ୍ରୋଫାଇଲ ଅମୃତସର ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବା ଲାଗି ମନମୋହନଙ୍କ ଊପରେ ହାଇକମାଣ୍ଡ ଚାପ ପକାଉଥିବା କୁହାଯାଉଛି । ଏନେଇ ତାଙ୍କୁ ମନାଇବା ପାଇଁ ମାରାଥନ ବୈଠକ ଚାଲିଛି । ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା ବି କରିଛନ୍ତି । ମନମୋହନ ସିଂହ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ଜୁନରେ ତାଙ୍କ କାର୍ଯ୍ୟକାଳ ବି ସରୁଛି । ଏଭଳି ସ୍ଥିତିରେ ଦଳୀୟ ନେତୃତ୍ୱ ବି ଚାହୁଁଛନ୍ତି ଅମୃତସର ଭଳି ଆସନରୁ ଡ. ସିଂହ ଲଢନ୍ତୁ । ୯୦ ଦଶକରେ ଦେଶରେ ଅର୍ଥନୀତିର ଉଦାରୀକରଣ କରି ଡ. ସିଂହ ଚର୍ଚ୍ଚାକୁ ଆସିଥିଲେ ।