ହାରିଲେ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ

ହାରିଲେ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ

ହାରିଲେ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ
ନୂଆଦିଲ୍ଲୀ: ରାଜସ୍ଥାନ ଅଲୱର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ବାଳକନାଥ ଠାରୁ ୩ ଲକ୍ଷ ୨୯ ହଜାର ୯୭୧ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ଅଲୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବାଳକନାଥଙ୍କୁ ୭ ଲକ୍ଷ ୬୦ ହଜାର ୨୦୧ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଭଓଁର ଜିତେନ୍ଦ୍ର ସିଂହଙ୍କୁ ୪ ଲକ୍ଷ ୩୦ ହଜାର ୨୩୦ ଖଣ୍ଡ ଭୋଟ ମିଲିଥିଲା । ସାଢେ ତିନି ଲକ୍ଷରର ଉଦ୍ଧ୍ୱର୍ ଭୋଟରେ ଓଡିଶା କଂଗ୍ରେସ ପ୍ରଭାରୀଙ୍କ ଶୋଚନୀୟ ପରାଜୟ ତାଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୨୦୧୪ ନିର୍ବାଚନରେ ଜିତେନ୍ଦ୍ର ସିଂ ଅଲୱର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ୨ ଲକ୍ଷ ୮୩ ହଜାର ୮୯୫ ଖଣ୍ଡ ଭୋଟରେ ହାରିଥିଲେ । ତେବେ ୨୦୧୭ ରେ ବିଜେପି ସାଂସଦ ମହନ୍ତ ଚନ୍ଦ୍ରନାଥଙ୍କ ମୃତୁ୍ୟ ପରେ ଅଲୱର ଲୋକସଭା ଆସନରେ ୨୦୧୮ ମସିହାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କରଣ ସିଂ ଯାଦବଙ୍କୁ ସମୁଦାୟ ୬ ଲକ୍ଷ ୪୨ ହଜାର ୪୧୬ ଖଣ୍ଡ ଭୋଟ ମିଳିଥିଲା । କରଣ ସିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଜଶୱନ୍ତ ସିଂ ଯାଦବଙ୍କୁ ୧ ଲକ୍ଷ ୯୬ ହଜାର ୪୯୬ ଖଣ୍ଡ ଭୋଟରେ ପରାଜିତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ୨୦୦୯ରେ ଜିତେନ୍ଦ୍ର ସିଂ ଅଲସ୍ୱର ଲୋକସଭା ଆସନରୁ ବିଜୟୀ ହୋଇ ୟୁପିଏ-୨ ସରକାରରେ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ତୁଳାଇଥିଲେ । ଅଲୱର ଲୋକସଭା ଆସନରୁ ନିର୍ବାଚନ ଲଢିବା ପାଇଁ ଜିତେନ୍ଦ୍ର ସିଂ ଓଡିଶାର କଂଗ୍ରେସ ସଂଗଠନ ପ୍ରତି ନଭେମ୍ବର ୨୦୧୮ ପରଠାରୁ ବିଶେଷ ଧ୍ୟାନ ଦେଉନଥିଲେ । ତାଙ୍କ ପରାମର୍ଶ କ୍ରମେ ଛତିଶଗଡର କଂଗ୍ରେସ ନେତା ଟି ଏସ ସିଂହଦେଓଙ୍କୁ ଓଡିଶା କଂଗ୍ରେସ ସଂଗଠନର ଯୁଗ୍ମ ପ୍ରଭାରୀ ଦାୟିତ୍ୱ ମିଳିଥିଲା । ନିର୍ବାଚନ ସମୟରେ କଂଗ୍ରେସ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଅନୁପସ୍ଥିତି କଂଗ୍ରେସ ଦଳର ନିର୍ବାଚନ ପରିଚାଳନା ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା ।