ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ଆସନରେ ନାମାଙ୍କନ ପତ୍ର ଦାଖଲ ପାଇଁ ଆଜିଠାରୁ ତାରିଖ ଆରମ୍ଭ ହୋଇଛି । ୬ଟି ଲୋକସଭା ଅର୍ଥାତ ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂପୁର ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଲୋକସଭା କ୍ଷେତ୍ର ମଧ୍ୟରେ ଆସୁଥିବା ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀମାନେ ନାମାଙ୍କନ ଭରିପାରିବେ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହେଉଛି ଏପ୍ରିଲ ୯ । ଦିନ ୧୧ରୁ ଅପରାହ୍ନ ୩ଟା ଯାଏଁ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ୧୦ତାରିଖରେ ପ୍ରାର୍ଥୀପତ୍ରକୁ ଯାଂଚ କରାଯିବା ସହ ୧୨ତାରିଖରେ ପ୍ରତ୍ୟାହାର କରିପାରିବେ । ତେବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ୨୯ ତାରିଖରେ ଅନୁଷ୍ଠିତ ହେବ ।