ସୋପିଆଁରେ ଏନକାଉଣ୍ଟର : ୨ ଆତଙ୍କବାଦୀ ନିହତ

ସୋପିଆଁରେ ଏନକାଉଣ୍ଟର : ୨ ଆତଙ୍କବାଦୀ ନିହତ

ସୋପିଆଁରେ ଏନକାଉଣ୍ଟର : ୨ ଆତଙ୍କବାଦୀ ନିହତ
ଶ୍ରୀନଗର : ଜମ୍ମୁ କାଶ୍ମୀରର ସୋପିଆଁରେ ୨ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ଘଟିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଦୁଇଟି ଏକ ୪୭ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି । ଦୁଇ ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ । ସୋପିଆଁ ଜିଲ୍ଲାର ମେଲହୋରାରେ ଆତଙ୍କୀ ମାନେ ଲୁଚି ରହିଥିବାର ଖବର ମିଳିଥିଲା । ଖବର ପାଇ ସୁରକ୍ଷା ବଳ ଅଧିକାରୀ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିିଥିଲେ । ଲୁଚି ରହିଥିବା ଆତଙ୍କୀ ମାନେ ସେନା ଉପରକୁ ଗୁଳି ଚଳାଇବା ପରେ ପାଲଟା ଗୁଳି ଚାଳନାରେ ନିହତ ହୋଇଥିଲେ ।