୨୦୧୯ ବଜେଟ ମୁଖ୍ୟାଂଶ

୨୦୧୯ ବଜେଟ ମୁଖ୍ୟାଂଶ

୨୦୧୯ ବଜେଟ  ମୁଖ୍ୟାଂଶ
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଦ୍ୱିତୀୟବାର କ୍ଷମତାକୁ ଆସିବା ପରେ ମୋଦି ସରକାରଙ୍କର ଏହା ହେଉଛି ପ୍ରଥମ ବଜେଟ । ବଜେଟ ମୁଖ୍ୟାଂଶ ୧- ଗଙ୍ଗାନଦୀରେ ଜଳ ମାର୍ଗ ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨- ରେଳବାଇର ବିକାଶ ପାଇଁ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ବ୍ୟବସ୍ଥା ହେଉଛି । ୩-ସମସ୍ତଙ୍କୁ ସମାନ ଦରରେ ବିଜୁଳି ପାଇଁ ୱାନ ନେସନ-ୱାନ ଗ୍ରୀଡ଼ ବ୍ୟବସ୍ଥା ୪-ଏମଏସଏମଇ ପାଇଁ ୧ କୋଟି ଟଙ୍କାର ଋଣ ମାତ୍ର ୫୯ ମିନିଟରେ ମଞ୍ଜୁର ହେବ । ୫-୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ପେନସନ ମିଳିବ । ୬-ବାର୍ଷିକ ୧.୫ କୋଟିରୁ କମ କାରବାର କରୁଥିବା ଦୋକାନୀଙ୍କୁ ପେନସନ । ୭-ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ମିଳିନ ପେନସନ । ୮-ଭାରତରେ ଅଧିକ ବିଦଶୀ ପୁଞ୍ଜି ନେଇ ନିବେଶକଙ୍କୁ ଆକୃଷ୍ଟ କରାଯିବ । ୯-ସିଙ୍ଗଲ ବ୍ରାଣ୍ଡ ରିଟେଲ ସେକ୍ଟରରେ ଏଫଡିଆଇକୁ ମଞ୍ଜୁର । ୧୦-ବିମାନ ଚଳାଚଳ, ମିଡିଆ ସେକ୍ଟରରେ ଅଧିକ ପୁଞ୍ଜିନିବେଶ କରାଯିବ । ୧୧-ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ନୂଆ ସୋପାନକୁ ଯାଇଛି । ୧୨-ମହାକାଶ ଅଭିଯାନ ଯନ୍ତ୍ର୍ରାଂଶ ବିକ୍ରି ପାଇଁ ନୂଆ କମ୍ପାନୀ କରାଯାଇଛି । ୧୪-୧୩-ଗାଁ, ଗରିବ ଏବଂ କିଷାନ ଆମ ସରକାରଙ୍କ କେନ୍ଦ୍ରବିନ୍ଦୁ ରହିଛି । ୧୫-ସମସ୍ତଙ୍କୁ ଗ୍ୟାସ ଏବଂ ବିଦୁ୍ୟତ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ । ୧୬- ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୯୫ କୋଟି ଘର ଯୋଗଯିବ ୧୭- ମତ୍ସ୍ୟଜୀବୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆରମ୍ଭ ହେବ । ୧୮- ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଦୈନିକ ୧୩୫ କିମି ରାସ୍ତା ହେଉଛି । ୧୯- ଆଗାମୀ ୫ ବର୍ଷରେ ୧.୨୫ ଲକ୍ଷ କିମି ପିଏମଜିଏସୱାଇ ରାସ୍ତା ନବୀକରଣ ହେବ । ୨୦- ରାସ୍ତା ନବୀକରଣ ପାଇଁ ୮୦ ହଜାର ୨୪୦ କୋଟି ଖର୍ଚ୍ଚ ହେବ । ୨୧- ପାରମ୍ପରିକ ବାଉଁଶ, ମହୁ, ଖଦୀ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦିଆଯିବ । ୨୨- ଅନ୍ନଦାତାଙ୍କୁ ଶକ୍ତିଦାତା କରିବାକୁ କେନ୍ଦ୍ରର ଅନେକ ଯୋଜନା ରହିଛି । ୨୩- ଖାଦ୍ୟଶସ୍ୟରେ ଆମ କୃଷକ ଦେଶକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି । ୨୪- ଇଜ ଅଫ ଡୁଇଂ ଏବଂ ଇଜ ଅଫ ଲିଭିଂ ଯୋଜନାରେ କୃଷକଙ୍କୁ ଲାଭ ମିଳିବ । ୨୫- ସବୁ ଭାରତୀୟଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ । ୨୬-ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଜଳଶକ୍ତି ମନ୍ତ୍ରଣାଳୟ କରାଯାଇଛି । ୨୭- ‘ହର ଘର ଜଲ’ ଯୋଜନାରେ ସବୁ ଗାଁକୁ ୨୦୧୪ ସୁଦ୍ଧା ପାନୀୟ ଜଳ ଯୋଗାଣ । ୨୮- ଜଳ ସଙ୍କଟ ଭୋଗୁଥିବା ୨୫୬ ଜିଲ୍ଲାରେ ଯୋଜନା କାର୍ଯ୍ୟକାରୀ କରାଯାଉଛି । ୨୯- ୨୦୧୪ ଏଯାବତ ଦେଶରେ ୯.୬ କୋଟି ପାଇଖାନା ତିଆରି କରାଯାଉଛି । ୨୯- ଦେଶର ସବୁ ପଞ୍ଚାୟତକୁ ଡିଜିଟାଲ କନେକ୍ସନ ସୁବିଧା ମିଳିବ । ୩୦- ସହରାଞ୍ଚଳରେ ୮୧ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଲକ୍ଷ୍ୟ ରହିଛି । ୩୧- ୮୧ ଲକ୍ଷରୁ ୨୬ ଲକ୍ଷ ଘର ସରିଛି, ୨୪ ଲକ୍ଷ ଘର ହିତାଧିକାରୀଙ୍କୁ ମିଳିଲାଣି । ୩୨- ୨୦୧୯ ଅକ୍ଟୋବର ୨ ସୁଦ୍ଧା ଦେଶକୁ ବାହ୍ୟ ମଳମୁକ୍ତ କରିବାକୁ ଲକ୍ଷ୍ୟ ରହିଛି । ୩୩- ନେସନାଲ କାଉନସିଲ ଅଫ ସାଇନ୍ସ ମିଡିଆ ପକ୍ଷରୁ ‘ଗାନ୍ଧୀ ପିଡିଆ’ କରାଯାଉଛି । ୩୪- ଏନସାଇକ୍ଲୋପିଡିଆ ଭଳି ଗାନ୍ଧୀ ପିଡିଆ ଗାନ୍ଧିଜୀଙ୍କ ଜୀବନାଦର୍ଶ କହିବ । ୩୫-ଉତ୍ତମ ଶିକ୍ଷା ଦାନ ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ ହେବ । ୩୬- ୨୦୧୪ ପୂର୍ବରୁ ବିଶ୍ୱର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ଭିତରେ ଭାରତ ନଥିଲା । ଏବେ ବିଶ୍ୱର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ଭିତରେ ଭାରତର ୩ଟି ଶିକ୍ଷାନୁଷ୍ଠାନ ଅନ୍ତର୍ଭୁକ୍ତ । ୨ଟି ଆଇଆଇଟି ଏବଂ ବେଙ୍ଗାଲୁରୁ ଆଇଆଇଏସ ସ୍ଥାନିତ । ୩୭- ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୧୦ ନିୟୁତ ଯୁବକଙ୍କୁ ତାଲିମ ଦିଆଯିବ । ୩୮- ଶ୍ରମିକ ଚାଲାଣ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ୪ଟି ଶ୍ରମ କୋଡ କରାଯିବ । ୩୯-ଅଣପାରମ୍ପରିକ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ପେନସନ ବ୍ୟବସ୍ଥା ହୋଇଛି । ୪୦- ପ୍ରଧାନମନ୍ତ୍ରୀ ଶ୍ରମିକ ମାନଧନ ଯୋଜନାରେ କୋଟିରୁ ଅଧିକ ଶ୍ରମିକଙ୍କୁ ଭତ୍ତା । ୪୧- ୬୦ ବର୍ଷ ଟପିଲେ ଶ୍ରମିକଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ବ୍ୟବସ୍ଥା ହୋଇଛି । ୪୨-ମାଗଣାରେ ଏଲଇଡି ବିତରଣ ଦ୍ୱାରା ବାର୍ଷିକ ୮୩୪୧ କୋଟି ଟଙ୍କା ରକ୍ଷା ହୋଇଛି । ୪୩-ନାରୀରୁ ନାରାୟଣୀ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ୪୪- ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ମହିଳାମାନଙ୍କ ଭାଗିଦାରୀ ପ୍ରଣିଧାନଯୋଗ୍ୟ । ୪୫- ମହିଳାମାନଙ୍କ ସାମଗ୍ରିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର କିମିଟି ପାଇଁ ପ୍ରସ୍ତାବ ଦିଆଯାଇଛି । ୪୬- ଜନଧନ ଆକାଉଣ୍ଟ ଥିବା ଏସଏଚଜି ପ୍ରତି ସଦସ୍ୟଙ୍କୁ ୧ ଲକ୍ଷର ଋଣ ମିଳିବ । ୪୭- ଭାରତୀୟ ପାସପୋର୍ଟ ଥିବା ଏନଆରଆଇଙ୍କୁ ଆଧାର କାର୍ଡ ଦେବାକୁ ଯୋଜନା । ୪୮- ଦେଶର ୧୭ଟି ପର୍ଯ୍ୟଟନ କ୍ଷେତ୍ରକୁ ଆଇକନିକ ଟୁରିଜିମ କ୍ଷେତ୍ର କରାଯିବ । ୪୯- ଆଦିବାସୀ ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ବ୍ୟବସ୍ଥା ।