୯ ଆଲକାଏଦା ଆତଙ୍କୀଙ୍କୁ ଗିରଫ କଲା ଏନଆଇଏ

୯ ଆଲକାଏଦା ଆତଙ୍କୀଙ୍କୁ ଗିରଫ କଲା ଏନଆଇଏ

୯ ଆଲକାଏଦା ଆତଙ୍କୀଙ୍କୁ ଗିରଫ କଲା ଏନଆଇଏ
ନୂଆଦିଲ୍ଲୀ : ଏନଆଇଏକୁ ବଡ ସଫଳତା । ୯ ଜଣ ଆଲକାଏଦା ଆତଙ୍କୀଙ୍କୁ ଗିରଫ କରିବା ସହିତ ଏକ ବଡ ଧରଣର ଆତଙ୍କୀ ହମଲାକୁ ପ୍ରତିହତ କରିବାରେ ସଫଳ ହୋଇଛି ଏନଆଇଏ । ଆଜି ସକାଳୁ ପଶ୍ଚିମବଙ୍ଗ ଏବଂ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏହି ଆତଙ୍କୀ ମାନଙ୍କୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ କେରଳର ଏର୍ଣ୍ଣାକୁଲମ ଉପରେ ଚଢାଉ କରାଯାଇ ଏହି ଆତଙ୍କୀଙ୍କୁ କାବୁ କରିଛି ଏନଆଇଏ । ପଶ୍ଚିମବଙ୍ଗରୁ ୬ ଜଣ ଏବଂ କେରଳରୁ ତିନି ଜଣ ଆତଙ୍କୀଙ୍କୁ କାବୁ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାର ଯୋଜନାରେ ଏହି ଆତଙ୍କୀ ମାନେ ରହିଥିଲେ ବୋଲି ଏନଆଏ ପକ୍ଷରୁ ପ୍ରକାଶ ପାଇଛି । ଏହି ଆତଙ୍କୀଙ୍କ ନିକଯଣୁ ବିପୁଳ ପରିମାଣରେ ଡିଜିଟାଲ ଡିଭାଇସ, ଜେହାଦୀ ପୁସ୍ତକ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି । ପାକିସ୍ତାନ ଆଲକାଏଦା ସଂସ୍ପର୍ଶରେ ଏହି ଯୁବକମାନେ ଆସିଥିବା ଜଣାପଡିଛି ।