ଭ୍ୟାନ୍‌ ଓ ଟ୍ରଲର ଧକ୍କା : ୭ ମୃତ

ଭ୍ୟାନ୍‌ ଓ ଟ୍ରଲର ଧକ୍କା : ୭ ମୃତ

 ଭ୍ୟାନ୍‌ ଓ ଟ୍ରଲର ଧକ୍କା : ୭ ମୃତ
ଭୀଲଓ୍ବାଡ଼ା : ରାଜସ୍ଥାନରେ ଭୀଲଓ୍ବାଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଭୀଲଓ୍ବାଡାର ବିଜୋଲିଆ ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଭୀଲଓ୍ବାଡା – କୋଟା ରାଜପଥର ନୟାନଗର ନିକଟରେ ଏକ ମାରୁତି ଭ୍ୟାନ୍‌ ଓ ଟ୍ରଲର୍‌ ମଧ୍ୟରେ ଧକ୍କା ହୋଇଥିଲା । ଏହି ଧକ୍କା ହେବା ଫଳରେ ଭ୍ୟାନ୍‌ରେ ରହିଥିବା ୭ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ବିଜୋଲିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଛଅ ଜଣଯାକ ଭିଲଓ୍ବାଡା ଗ୍ରାମର ସିଙ୍ଗୋଲୀ ଗ୍ରାମର ହୋଇଥିବାବେଳେ ଜଣେ ସଲାବାଟିଆ ଗ୍ରାମର ବୋଲି ସୂଚନା ରହିଛି ।