ପ୍ରେମ ନିବେଦନ କରି ବିଫଳ ହେବାରୁ ପୁଅ ସମ୍ମୁଖରେ ମା’କୁ ବୀଭତ୍ସ ଭାବରେ ହତ୍ୟା କଲା ୬୨ ବର୍ଷୀୟ.....

ପ୍ରେମ ନିବେଦନ କରି ବିଫଳ ହେବାରୁ ପୁଅ ସମ୍ମୁଖରେ ମା’କୁ ବୀଭତ୍ସ ଭାବରେ ହତ୍ୟା କଲା ୬୨ ବର୍ଷୀୟ.....

ପ୍ରେମ ନିବେଦନ କରି ବିଫଳ ହେବାରୁ ପୁଅ ସମ୍ମୁଖରେ ମା’କୁ ବୀଭତ୍ସ ଭାବରେ ହତ୍ୟା କଲା ୬୨ ବର୍ଷୀୟ.....
କଣିହାଁ: କଣିହାଁ ଥାନାର ପୋଇପାଳ ଖଜୁରିସାହି ରାସ୍ତାରେ ସୋମବାର ସକାଳେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପୁଅ ସହ ମହିଳା ଜଣକ ମଜୁରୀ କାମ କରିବାକୁ ଯାଉଥିବା ବେଳେ ଜଣେ ବୃଦ୍ଧ ଟାଙ୍ଗିଆରେ ହାଣି ଦେଇଥିଲେ । ପ୍ରେମ ନିବେଦନ କରି ବିଫଳ ହେବାରୁ ୬୨ ବର୍ଷ ଜଣେ ବୃଦ୍ଧ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୁଲିସ ଛାନଭିନ ଚଳାଇଥିବା ବେଳେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଲା ଅଭିଯୁକ୍ତ ପୋଇପାଳ ଗ୍ରାମର ଲକ୍ଷ୍ମଣ ସାହୁ ଘଟଣା ସ୍ଥଳରେ ଫେରାର ହୋଇ ବ୍ରାହ୍ମଣୀ ନଦୀ ପଠାରେ ଲୁଚିଥିବା ବେଳେ ତା ପରିବାର ଲୋକ ତାକୁ ଧରାଇ ଦେଇଛନ୍ତି । ଲୋକ ଲଜ୍ଜ୍ୟାରୁ ଲକ୍ଷ୍ମଣ ବିଷ ପିଇ ଦେଇଥିଲା । ପୁଲିସ ତାକୁ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।