ପୁରୀରେ ବିମାନ ବନ୍ଦର ସ୍ଥାପନକୁ ନେଇ ବିମାନ ଚଳାଚଳ ମନ୍ତ୍ରୀଙ୍କ ସବୁଜ ସଙ୍କେତ

ପୁରୀରେ ବିମାନ ବନ୍ଦର ସ୍ଥାପନକୁ ନେଇ ବିମାନ ଚଳାଚଳ ମନ୍ତ୍ରୀଙ୍କ ସବୁଜ ସଙ୍କେତ

ପୁରୀରେ ବିମାନ ବନ୍ଦର ସ୍ଥାପନକୁ ନେଇ  ବିମାନ ଚଳାଚଳ ମନ୍ତ୍ରୀଙ୍କ ସବୁଜ ସଙ୍କେତ
ପୁରୀ: ପୁରୀରେ ବିମାନ ବନ୍ଦର ସ୍ଥାପନକୁ ନେଇ ବଢିଲା ଆଶା । ରାଜ୍ୟ ସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସବୁଜ ସଙ୍କେତ । ଖୁବଶୀଘ୍ର ବିମାନ ବନ୍ଦର ନେଇ ହେବ ଭିଜିବିଲିଟି ଷ୍ଟଡି । ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଏୟାରପୋର୍ଟ ନେଇ ଭିଜିବିଲିଟି ଷ୍ଟଡି କରାଯିବ । ଗତ ଜାନୁଆରୀ ୧୨ ତାରିଖରେ ଏ ବାବଦରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏଵଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି । ସେପଟେ ଜିଲ୍ଲାପାଳ କହିଛନ୍ତି ଏୟାରପୋର୍ଟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇଥିଲେ ମଧ୍ୟ ଜାଗା ନିର୍ଦ୍ଧାରଣ କରାଯାଇନାହିଁ । ଐତିହ୍ୟ କିର୍ତ୍ତୀରାଜି ଓ ଅଭୟାରଣ୍ୟର ସୁରକ୍ଷାକୁ ଆଖି ଆଗରେ ରଖି ଜମି ନିର୍ଦ୍ଧାରଣ କରାଯିବ । ସେପଟେ ପ୍ରସ୍ତାବକୁ ସବୁରି ମହଲରେ ସ୍ୱାଗତ କରାଯାଇଛି । ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ନଗରୀରେ ପରିଣତ କରିବାକୁ ଯୋଜନା କରାଯାଉଛି । ଏୟାରପୋର୍ଟକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରାଗଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହୋଇ ପାରିବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି । ମୁଖ୍ୟମନ୍ତ୍ରୀ ଚିଠି ଲେଖିବାର ମାସକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏବେ ବିମାନ ବନ୍ଦରର ନିର୍ମାଣ କାର୍ୟ୍ୟ କିଭଳି ଆଗକୁ ବଢିବ ସେନେଇ ରାଜ୍ୟ ସରକାର ଆନ୍ତରିକତାର ସହିତ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେପଟେ ବିମାନ ବନ୍ଦର ସ୍ଥାପନ ନେଇ ସର୍ବନିମ୍ନ ତିନିଶହ ଏକର ଜମିର ଆବଶ୍ୟକତା ରହିଛି। ଏଥିପାଇଁ ପୁରୀ ଆଖପାଖର ତିନୋଟି ସ୍ଥାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।। ଏପଟେ ବିମାନ ବନ୍ଦର ସ୍ଥାପନା ସମ୍ଭାବନା ଓ ସ୍ଥିତି ସମୀକ୍ଷା ନେଇ ଭାରତୀୟ ବିମାନ ବନ୍ଦର ପ୍ରାଧୀକରଣର ଅଧିକାରୀ ଖୁବଶୀଘ୍ର ପୁରୀ ଆସୁଥିବା ସୂଚନା ମିଳିଛି ।