ଆଜି ୨୬୦୨ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୨୬୦୨ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୨୬୦୨ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ଆଜି ରାଜ୍ୟରୁ ୨୬୦୨ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୧୫୬୧ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୦୪୧ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୧୦୩, ବରଗଡରୁ ୮୨, ଭଦ୍ରକରୁ ୪୭, ବଲାଙ୍ଗୀର ୪୨, ବୌଦ୍ଧରୁ ୯, କଟକରୁ ୨୩୬, ଦେବଗଡରୁ ୩, ଢେଙ୍କାନାଳରୁ ୬୭, ଗଜପତି ୭, ଗଞ୍ଜାମରୁ ୧୯୦, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୦୩, ଝାରସୁଗୁଡାରୁ ୮୫, କଳାହାଣ୍ଡିରୁ ୬୩, କନ୍ଧମାଳ ୧୭, କେନ୍ଦ୍ରାପଡାରୁ ୧୨୮, କେନ୍ଦୁଝରରୁ ୮୬, ଖୋର୍ଦ୍ଧାରୁ ୬୧୬, କୋରାପୁଟରୁ ୧୨୭, ମାଲକାନଗିରିରୁ ୮୦, ମୟୁରଭଞ୍ଜରୁ ୭୨, ନବରଙ୍ଗପୁରରୁ ୧୮, ନୟାଗଡରୁ ୯୧, ନୂଆପଡାରୁ ୧୬, ପୁରୀରୁ ୪୬, ରାୟଗଡାରୁ ୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୨୧ ଏବଂ ସୁନ୍ଦରଗଡରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୫୩୬ ହୋଇଥିବା ବେଳେ ଏହା ମଧ୍ୟରୁ ୭୩୨୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫୩୮ରହିଛି ।